ଭଦ୍ରକ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା କଲେଜ ରୋଡରେ ଆଜି ମଧ୍ୟାହ୍ନରେ ସ୍କୁଟି ଦୁର୍ଘଟଣା ଘଟି ଜଣେ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣଙ୍କୁ କଟକ ଏସସିବି ସ୍ଥାନାନ୍ତରିତ କରାଯାଇଛି । ତିନିଜଣ କଲେଜ ଛାତ୍ର ଗୋଟିଏ ସ୍କୁଟିରେ କଲେଜ ଯାଉଥିବାବେଳେ ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇଥିଲେ । ଦୁର୍ଘଟଣା ପରେ ସମସ୍ତ ଗୁରୁତରଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା । ଦୁଇଜଣଙ୍କ ଘର ଚାନ୍ଦବାଲି ଅଞ୍ଚଳର ଓ ଜଣେ କାଣ୍ଡ ଗରଡି ଅଞ୍ଚଳର ବୋଲି ଜଣାପଡିଛି । ମୃତ ଛାତ୍ର ହେଲେ କାଣ୍ଡଗରଡି ଗାଁର ସତ୍ୟବ୍ରତ ନାୟକ(୧୭) । ଗୁରୁତର ଆହତଙ୍କ ମଧ୍ୟରେ ଜଣେ ପୀରହାଟ ଥାନା ଚାରିବାଟିଆ ଗାଁର ବିଜୟ ପଣ୍ଡା(୧୬) ଓ ଚାନ୍ଦବାଲି ପାଞ୍ଚପଡା ଅଂଚଳର ଲକି ଦାସ(୧୬) ।