ବିଷମ କଟକ ବିଦ୍ୟୁତ ବିଭାଗ ଦ୍ୱାରା ସଡକ ସୁରକ୍ଷା ପରବାର ରକ୍ଷା ସଚେତନ ରାଲି ଅନୁଷ୍ଠିତ 

0

ବିଷମ କଟକ / ରବିନ୍ଦ୍ର କୁମାର ସାହୁ:  ରାୟଗଡା ଜିଲ୍ଲା ବିଷମ କଟକ ବିଦ୍ୟୁତ ବିଭାଗ TPSODL ଅନୁକୁଲ୍ୟରେ ବିଷମ କଟକ ପୋଲିସ ବିଭାଗ ର  ସହଯୋଗ ରେ ବିଷମ କଟକ ସଦରରେ ଏକ ସଡକ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି  । ଏହି ସଚେତନା ରାଲି ପ୍ରଥମେ ସବ ଷ୍ଟେସନ ରୁ  ବାହାରି ବିଷମ କଟକ ସହର ପରିକ୍ରମା କରି ସଡ଼କ ସୁରକ୍ଷାର ବିଭିନ୍ନ ସଚେତନାର ସ୍ଲୋଗାନ ଦେଇଥିଲେ ।ରାଲିରେ  ବିଦୂତ ବିଭାଗ  ଅର୍ମଚାରି ମାନେ  ହାତରେ ପ୍ଲାକାର୍ଡ ଧରି ଲୋକଙ୍କୁ ସଡକ ସୁରକ୍ଷାର ସଚେତନତା ବାର୍ତା ବାଂଟିଥିଲେ । ଗାଡି ଚଳାଇବା ବେଳେ ହେଲମେଟ ର ବ୍ୟବହାର,ମଦ୍ୟପାନ ନ କରି ଗାଡି ନଚାଳଇବା, ଗାଡି ଚଲାଇବା ସମୟରେ ଫୋନରେ କଥା ନ ହେବା, ଦ୍ରୁତ ଗତିରେ ଗାଡି ନ ଚଲାଇବା, ଟ୍ରାଫିକ ନିୟମ କୁ କଡା କଡ଼ି ଭାବେ ପାଳନ କରିବା , ଦୁଇ ଚକିଆ ଗାଡି ଚଳାଇଲା ବେଳେ ହେଲମେଟ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ର ବ୍ୟବହାର ସହ ନାବାଳକ ମାନେ ଗାଡି ନ ଚଳାଇବା କୁ ଜନସାଧାରଣ ଙ୍କୁ ସଚେତନ କରିଥିଲେ । ସଚେତନତା ରାଲିରେ  SDO ଦେବଦତ ପଟନାୟିକ, AE ନିରଞ୍ଜନ ବେଉରା, ସୁରକ୍ଷା ଅଧିକାରୀ ରାଜେଶ ପାତ୍ର, ସୋରଜ କୁମାର ଗୌଡ଼,  ପ୍ରମୁଖ ସଚେତନତା ରାଲିରେ ଉପସ୍ଥିତ ଥିଲେ ।