ଭଦ୍ରକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

0

(ସେଖ ଫାଇଜାନ କାଦରୀ /ଭଦ୍ରକ): ଭଦ୍ରକରେ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଚାଲାଣ କାଟିବା ବଦଳରେ ଆଜି ସହର ଭିତରେ ଗାଡ଼ି ଚାଳକଙ୍କୁ ଫୁଲ ଓ ଚକେଲେଟ୍ ଦେଇ ସଡ଼କ ସୁରକ୍ଷା ନେଇଁ ସଚେତନ ବାର୍ତ୍ତା ଦେଲେ ଭଦ୍ରକ ଟାଉନ ପୋଲିସ । ଏହି କାର୍ୟ୍ୟକ୍ରମରେ ଆଜି ପାଇଁ ହେଲମେଟ ନ ପିନ୍ଧିଲେ ମଧ୍ୟ ସେମାନଙ୍କୁ ଚକଲେଟ ଏବଂ ଗୋଲାପ ଫୁଲ ଦିଆଯାଇ ସଚେତନ କରାଯାଉଛି । କିନ୍ତୁ କାଲିଠାରୁ ହେଲମେଟ ନହେଲେ ଫାଇନ ହଜାରେ ଟଙ୍କା ଲାଗିବ ବୋଲି ମଧ୍ୟ ସଚେତନତା କରାଯାଉଛି । ଆଜି ଭଦ୍ରକ ଟାଉନ ପୁଲିସ ପକ୍ଷରୁ (ବନ୍ତ ଛକ) ଠାରେ ସଚେତନତା କାର୍ୟ୍ୟକ୍ରମ ଚାଲିଥିବା ବେଳେ ପୁରୁଣା ବଜାର ଅଞ୍ଚଳରେ ମଧ୍ୟ ପୁଲିସ ଯାଞ୍ଚ ଓ ସଚେତନ କାର୍ୟ୍ୟକ୍ରମ କରିଥିଲା। ଏହି କାର୍ୟ୍ୟକ୍ରମରେ ଏସ୍ଡିପିଓ ସାର୍ଥକ ରାୟ, ଟାଉନ ଥାନାଧିକାରୀ ଚନ୍ଦନ ଘଡେଇ ଓ ପୁରୁଣା ବଜାର ଥାନାର ଆଇଆଇସି ଗଣେଶ ପ୍ରଧାନ ସମେତ ଅନେକ ପୁଲିସ କର୍ମଚାରୀ ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ସଡ଼କ ସୁରକ୍ଷା ସପ୍ତାହ ଏକମାସ ଧରି ଚାଲିବ ।