ଏଆଇପିଏଲରେ ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନୀ ଉତ୍ସବ

0

( ଶେଖ ଅରଶଦ ଉଲ ହକ /ଖୋର୍ଦ୍ଧା ): ୩୨ତମ ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନୀ ଉତ୍ସବ ଗୋଡ଼ିପଡ଼ା ସ୍ଥିତ ଏଆଇପିଏଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ସଚେତନ ହୋଇ ସଡ଼କ ସୁରକ୍ଷା ଆଇନକୁ ପାଳନ କଲେ ସଡ଼କ ଦୁର୍ଘଟଣା ବହୁତ ପରିମାଣରେ କମିଯିବ । ରାସ୍ତାରେ ଗାଡ଼ି ଚାଳନା କରୁଥିବା ସମୟରେ ହେଲମେଟ, ସିଟବେଲ୍ଟ, ପିନ୍ଧିବା ସହ ରାସ୍ତା ନିୟମ ମାନି ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାରକୁ ବାରଣ କଲେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ବିପଦ ମୁହଁରୁ ରକ୍ଷା କରିପାରିବେ ବୋଲି ଆଜି ଏହି ଉତ୍ସବରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ସଭାକୁ ରୋଡ଼ ସେଫ୍ଟି ମ୍ୟାନେଜର ତଥା ପ୍ରୋଗ୍ରାମ ମ୍ୟାନେଜର ଏଲ. ସନ୍ଦୀପ ଅଧ୍ୟକ୍ଷତା କରିଥିବାବେଳେ ବିଶିଷ୍ଟ ଅତିଥି ଭାବେ ଟିମ ଲିଡ଼ର ସେଗମେଣ୍ଡାଲ ସୁବାଷିଶ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଏଆଇପିଏଲ ନିର୍ଦ୍ଦେଶକ ଶଶାଙ୍କ ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ସେଫ୍ଟି ମ୍ୟାନେଜର ଏଲ ସନ୍ଦୀପ ଯୋଗଦେଇ କର୍ମଚାରୀମାନଙ୍କୁ ସଡ଼କ ସୁରକ୍ଷା ଆଇନ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ ବିଭୂତି ଭୂଷଣ, ଓମ ପ୍ରକାଶ ମହାପାତ୍ର, ଅଜିତ, ସୁଜିତ, ଚିନ୍ମୟ, ପଙ୍କଜ ଶର୍ମା, ବିଜୟ କୁମାର ମଲ୍ଲିକ, ରୁପକ ପାତ୍ର, ରଞ୍ଜିତ ମହାନ୍ତି, ଉମା ଶଙ୍କର ପରିଡ଼ା, ପରିବେଶ ଇଂ ଦିଗନ୍ତ ରାୟ, ସୁରେନ୍ଦ୍ର ମହାରଣାଙ୍କ ସମେତ ପ୍ରୋଜେକ୍ଟ ମ୍ୟାନେଜର, ଡ଼େପୁଟି ପ୍ରୋଜେକ୍ଟ ମ୍ୟାନେଜର ସହ ଅନ୍ୟାନ୍ୟ ଅଫିସର ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ସଡ଼କ ସୁରକ୍ଷା ସପ୍ତାହକୁ ନିର୍ଦ୍ଦେଶକ ଶଶାଙ୍କ ଅଗ୍ରୱାଲ ଫିତାକାଟି ଉଦଘାଟନ କରିଥିଲେ । ୧୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହ ମଧ୍ୟରେ ସଂସ୍ଥା ପକ୍ଷରୁ ରକ୍ତଦାନ ଶିବିର, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଚେତନାତ୍ମକ କାର୍ଯ୍ୟକ୍ରମ , ଆଖି ପରୀକ୍ଷା, ନିଆଁ ଲିଭାଇବା କୈାଶଳ ସଂପର୍କରେ ଶିକ୍ଷା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।