ବ୍ରହ୍ମପୁର-: ଡିଜିଟାଲ ଆରେଷ୍ଟ ନାଁରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକି ନେଇଥିବା ଗୁଜୁରାଟ ରାଜ୍ୟର ୨ ଜଣ ସାଇବର ଠକଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ସେମାନେ ହେଲେ ଗୁଜୁରାଟ ଭବାନଗର ଜିଲାର ବି ଜେନିଲ ଜୟସୁଖଭାଇ ଓ ଭିଶ୍ଵଜିତସିଂ ଗୋହିଲ। ଉଭୟଙ୍କ ନିକଟରୁ ପୁଲିସ ସାଇବର ଠକେଇରେ ବ୍ୟବହୃତ ମୋବାଇଲ ଓ ଏକାଧିକ ସିମ୍ କାର୍ଡ ଜବତ କରିଛି।
ସୂଚନାଯୋଗ୍ୟ ଗତ ଫେବ୍ରୁଆରି ୧୪ ତାରିଖରେ ଦୀପଙ୍କର ବର୍ମା ଅର୍ଥ ହେରେଫେର ମାମଲାରେ ସମ୍ପୃକ୍ତ ଦର୍ଶାଇ ସିବିଆଇ ଅଫିସର ତଦନ୍ତ କରୁଥିବା କହି ସାଇବର ଠକମାନେ ବ୍ରହ୍ମପୁର କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲେ। ସେମାନେ ବଡ଼ ସାହସର ସହିତ ସୁପ୍ରିମକୋର୍ଟର ୱାରେଣ୍ଟ ଅଛି ୧୪ ଲକ୍ଷ ଟଙ୍କା ଦିଆଯାଇଥିବା ଆକାଉଣ୍ଟରେ ଡିପୋଜିଟ କରିବାକୁ ନିର୍ଦେଶ ଦେଇଥିଲେ। କୁଳପତି ମଧ୍ୟ ଠକମାନଙ୍କ କଥାକୁ ବିଶ୍ବାସ କରି ଆକାଉଣ୍ଟରେ ୧୪ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ। ସାଇବର ଠକମାନେ ଫେବ୍ରୁଆରି ୨୨ ତାରିଖ ଭିତରେ ଟଙ୍କା ଫେରସ୍ତ ହେବ ବୋଲି କହିଥିଲେ। ୧୫ ତାରିଖରେ ୮୦ ହଜାର ଟଙ୍କା ଆକାଉଣ୍ଟକୁ ଫେରସ୍ତ କରିଥିଲେ। କିନ୍ତୁ ବଳକା ଅର୍ଥ ୨୩ ତାରିଖ ଭିତରେ ଆଉ ଫେରସ୍ତ ନହେବାରୁ ଫେବ୍ରୁ୍ଆରି ୨୪ ତାରିଖରେ କୁଳପତି ବ୍ରହ୍ମପୁର ସାଇବର ପୁଲିସ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ମାମଲର ତଦନ୍ତ କରି ଗୁଜରାଟରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୁଜରାଟ କୋର୍ଟରେ ସେମାନଙ୍କୁ ହାଜର କରିବା ପରେ ଟ୍ରାଂଜିଟ ରିମାଣ୍ଡରେ ଓଡିଶା ଆଣିଛି ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ପୁଲିସ।