ବ୍ୟବସାୟୀଙ୍କୁ ଆକ୍ରମଣ କରି୧୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

0

ନବରଙ୍ଗପୁର:  ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ । ମୁଖା ପିଦ୍ଧି ଆସି ୧୫ ଲକ୍ଷ ଟଙ୍କା ଲୁଟିଲେ ଲୁଟେରା । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ।  ଦିନ ଦ୍ବିପହରରେ ୬ ଜଣ ଦୁର୍ବୃତ୍ତ ମୁଖାପିନ୍ଧି ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁଇ ଦିନ ତଳେ ନବରଙ୍ଗପୁର ସହରରୁ ଘରେ ପଶି ୨୦ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇନଥିବା ବେଳେ ଏବେ ଆଉ ଏକ ଲୁଟ୍ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ସୂଚନା ଅନୁସାରେ ରାଇଘର ବ୍ଲକର ପଠାଣ ସାହିରେ ରହୁଥିବା ବ୍ୟବସାୟୀ ଅବଦୁଲ ଆନସାରୀ ନିଜ ଦୁଇ ଜଣ କର୍ମଚାରୀଙ୍କ ସହ ପାରୁଆ ପଞ୍ଚାୟତର ଛତାବେଡାରେ ସାପ୍ତାହିକ ହାଟକୁ ଯିବା ସମୟରେ ଗାଁ ନିକଟରେ ମୁଖାପିନ୍ଧା ୬ ଜଣ ବ୍ୟକ୍ତି ଏମାନଙ୍କୁ ଅଟକାଇ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆଉ ବ୍ୟାଗକୁ ଛଡାଇ ନେଇଥିଲେ । ଗୁରୁତର ଅବଦୁଲ ଅନସାରୀ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।