ରବର୍ଟ ଭଦ୍ରାଙ୍କର ପ୍ରୋଜେକ୍ଟର ଲାଇସେନ୍ସକୁ ରଦ୍ଦ କଲା ହରିଆଣା ସରକାର
ରବର୍ଟ ଭଦ୍ରାଙ୍କର ଏକ ପ୍ରୋଜେକ୍ଟର ଲାଇସେନ୍ସକୁ ରଦ୍ଦ କଲା ହରିଆଣା ସରକାର।
(ହରିଆଣା) : ରବର୍ଟ ଭଦ୍ରାଙ୍କର ଏକ ପ୍ରୋଜେକ୍ଟର ଲାଇସେନ୍ସକୁ ରଦ୍ଦ କଲା ହରିଆଣା ସରକାର। ବିଜେପି ସରକାର ଗୁରୁଗ୍ରାମରେ ତିଆରି ହେଉଥିବା ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡର ରିୟଲ ଏଷ୍ଟେଟ୍ ଲାଇସେନ୍ସକୁ ରଦ୍ଦ କରି ଦେଇଛି।
କ୍ଷମତାକୁ ଆସିବାର ୮ବର୍ଷ ପରେ ବିଜେପି ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୦୮ରେ ଯେବେ ହରିଆଣାରେ କଂଗ୍ରେସ ସରକାର ଥିଲା , ରବର୍ଟ ଭଦ୍ରାଙ୍କୁ ଏହି ଲାଇସେନ୍ସ ଦିଆଯାଇ ଥିଲା।
ସୂଚନାନୁଯାୟୀ , ଏବେ ଟାଉନ ଆଣ୍ଟ କଣ୍ଟ୍ରି ପ୍ଲାନିଂ, ହରିଆଣାର ଡାଇରେକ୍ଟରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୨୦୧୨ ମସିହାରେ ସ୍କାଇ ଲାଇଟ୍ କମର୍ଲ କଲୋନୀ କରିବାର ଏହି ଲାଇସେନ୍ସ ଡିଏଲଏଫ୍କୁ ଟ୍ରାନ୍ସଫର କରି ଦେଇଥିଲେ। ଆଇଏଏସ୍ ଅଶୋକ ଖେମକା ସ୍କାଇ ଲାଇଟ୍ର ୩.୩୫ ଏକରର ମ୍ୟୁଟେସନକୁ ରଦ୍ଦ କରି ଦେଇଥିଲେ। ଏହି ସମୟରେ ସେ ଚକବନ୍ଦୀ ବିଭାଗର ମହାନିର୍ଦ୍ଦେଶକ ଥିଲେ । ଏହାପରେ ଏହି ମାମଲା ଚର୍ଚ୍ଚାରେ ଥିଲା ।