ପୁରୀରେ ମରଣାନ୍ତର ଆକ୍ରମଣ କଲେ ଦୁର୍ବୃତ୍ତ

0

ଗୋପ/ ଜୟନ୍ତ କୁମାର ସେଠି : ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ରାଜ। ବିଚ୍ ରାସ୍ତାରେ ଯୁବକକୁ କଲେ ମରଣାନ୍ତକ ଆକ୍ରମଣ। ଗୁରୁତର ଯୁବକକୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆହତ ଯୁବକ ହେଲେ କାଳିକା ଦେବି ସାହୀର କିଶନ ରଣା। କିଶନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ପୁର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇ ଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେରେ ପୁରୀ ଟାଉନ୍ ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଚି। ଏହି ଆକ୍ରମଣ ପଛରେ କାହାର ହାତ ରହିଚି, କାହିଁକି ଏହି ଘଟଣା ଘଟିଲା, ପୁର୍ବରୁ ଆହତ କିଶନ ସହିତ କାହାର ଗଣ୍ଡଗୋଳ ହୋଇ ଥିଲା ତାକୁ ନେଇ ପୋଲିସ ତଦନ୍ତ କରୁଚି। ତେବେ କିଶନକୁ ଆକ୍ରମଣ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଧରିପରି ନାହିଁ। ଆକ୍ରମଣ କରିଥିବା ବ୍ୟକ୍ତି ମାନେ ଫେରାର ହୋଇ ଜାଇଛନ୍ତି। ତେବେ ପ୍ରାଥମିକ ଅନୁସନ୍ଧାନରୁ ପୋଲିସ୍କୁ ସୁରାକ ମିଳିଚି। ଆକ୍ରମଣ କରିଥିବା ଯୁବକଙ୍କୁ ପୋଲିସ୍ ଚିହ୍ନଟ କରିଚି କ୍ଷ ବିଭିନ୍ନ ସ୍ଥାନରେ ପୋଲିସ୍ ଚଢାଉ ଜାରୀ ରଖିଥିବା ବେଳେ ଖୁବ୍ ଶିଘ୍ର ଆକ୍ରମଣକାରଙ୍କୁ ପୋଲିସ୍ ଗିରଫ କରିବ ବୋଲି ଆଶା କରାଯାଉଛି।
ଗତ କିଛି ଦିନ ହେବ ପୁରୀ ସହର ଅଶାନ୍ତ ହୋଇ ପଡ଼ିଛି। ପୁର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ ବଢ଼ିବାରେ ଲାଗିଛି । କିଛି ଦିନ ତଳେ ପୁରୀ ବଡ ଦାଣ୍ଡର ମାର୍କେଟ ଛକରେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇ ଥିଲେ। ଖଣ୍ଡାରେ ପରସ୍ପର ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ଆହତ ହୋଇ ଥିଲେ। ସେହିପରି କିଛି ଦିନ ତଳେ ଶ୍ରୀ ମନ୍ଦିର ଯାତ୍ରୀ ଗୁମାସ୍ତା ଓ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଡ ଥିବା ବେଳେ ଖଣ୍ଡାରେ ଆକ୍ରମଣ ହୋଇ ଥିଲା। ଶ୍ରୀକ୍ଷେତ୍ର ଭଳି ଆଧ୍ୟାତ୍ମିକ ନଗରୀରେ ଖୁଲମ୍ ଖୁଲା ଅପରାଧୀଙ୍କ ରାଜ୍ କୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏହା ଉପରେ ରୋକ୍ ଲଗାଇବା ପାଇଁ ପୋଲିସ୍ ପୁରୀ ର ବିଭିନ୍ନ ସାହୀ ବାସିନ୍ଦାଙ୍କ ସହ କିଛି ଠୋସ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅପରାଧ ବଢିବ ବୋଲି ଆଶଙ୍କା କରାଯାଉଛି। ସେପଟେ ପୁରୀ ଅତିରିକ୍ତ ଏସପି କହିଛନ୍ତି ପୁରୀରେ କ୍ରାଇମ୍ କୁ ଜମା ବି ବରଦାସ୍ତ କରାଯିବ ନାହିଁ। ଅପରାଧୀଙ୍କ ବିରୋଧରେ ପୋଲିସ୍ କଡ଼ା ପଦକ୍ଷେପ ନେଉଛି। ଯଦି କୌଣସି ସ୍ଥାନରେ ଅପରାଧ ଘଟୁଛି ଅବା ସମ୍ଭାବନା ରହିଛି ତୁରନ୍ତ ପୋଲିସ୍ କୁ ଜଣାଇଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା କହିଚନ୍ତି।