ୱାନ୍ ଡେ’ ଓ ଟେଷ୍ଟ୍ ମ୍ୟାଚ୍ ପରେ ରଣଜୀରେ ବି ଫେଲ୍ ମାରିଲେ ରୋହିତ୍

0

ବ୍ୟୁରୋ : ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ଲପ୍ ହୋଇଥିଲେ । ପରେ ଆଲୋଚନା ହେଉଥିଲା ରଣଜୀ ଟ୍ରଫିରେ ପୁଣି ହିଟମ୍ୟାନ ଫର୍ମକୁ ଫେରିବେ । କିନ୍ତୁ ରଣଜୀରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ରୋହିତ । ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥିବା ରୋହିତ ଶର୍ମା ୧୯ ବଲରୁ ମାତ୍ର ୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।


ଅନ୍ୟପକ୍ଷେ ମୁମ୍ବାଇ ପକ୍ଷରୁ ୭ ଜଣ ତାରକା ଖେଳାଳି ଦଳରେ ସ୍ଥାନ ପାଇଥିବାବେଳେ ଜୟସ୍ବାଲ ଏବଂ ରାହାଣେ ମଧ୍ୟ ଫ୍ଲପ ହୋଇଛନ୍ତି । ଜୟସ୍ବାଲ ୪ ରନ କରିଥିବାବେଳେ ରାହାଣେ ମାତ୍ର ୧୨ ରନ କରିଛନ୍ତି । ତେବେ ବଡ଼ ବଡ଼ ଖେଳାଳି ଫ୍ଲପ ହୋଇଥିବାବେଳେ ରୋହିତଙ୍କ ବ୍ୟାଟିଂକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।


ତେବେ ଲୋକଙ୍କ ମଧ୍ୟରେ ଆଲୋଚନା କରାଯାଉଛି, ରୋହିତଙ୍କ ଅବସର ନେବା ସମୟ ଆସିଛି। ମାତ୍ର ପୂର୍ବରୁ ସେ ଏହି ଗୁଜବର ଜବାବ ରଖିଛନ୍ତି । ୯ ବର୍ଷ ପରେ ରଣଜୀ ଟ୍ରଫି ଖେଳୁଥିବା ରୋହିତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଥିଲେ କ୍ରୀଡ଼ାପ୍ରେମୀ । ମାତ୍ର ସେ ପୁଣିଥରେ ନିରାଶ କରିଛନ୍ତି ।