ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତଙ୍କୁ ଝଟକା

0

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ରୋହିତଙ୍କ ଉପରେ ଜୋରିମନା । କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ପରାସ୍ତ ହେବା ପରେ ଆଉ ଏକ ବଡ ଝଟକା ଲାଗିଛି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତଙ୍କୁ । ଧିମା ବୋଲିଂ କାରଣରୁ ରୋହିତଙ୍କୁ ଜୋରିମାନା ଦେବାକୁ ପଡିଛି । ପଞ୍ଜାବ ବିପକ୍ଷରେ ନିର୍ଦ୍ଧାରିତ ସମୟ ମଧ୍ୟରେ ୨୦ ଓଭର ସାରି ପାରି ନଥିଲା ମୁମ୍ୱାଇ ଇଣ୍ଡିଆନ୍ସ । ଏହି କାରଣରୁ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଧିମା ଓଭର ରେଟ୍ କାରଣ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି ଆଇପିଏଲ୍ ଗଭର୍ଣ୍ଣିଂ କାଉଂସିଲ ।
“ଆଇପିଏଲର ଆଚାର ସଂହିତା ଅନୁଯାୟୀ ଧିମା ଓଭର ରେଟ ଅପରାଧ ଅନୁଯାୟୀ ମୁମ୍ୱାଇ ଦଳର ଏହି ସିଜିନରେ ଏହା ପ୍ରଥମ ଅପରାଧ ଥିଲା । ଏହି କାରଣରୁ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ କେଡ୍ ଅଫ କଣ୍ଡକ୍ଟ ଅନୁଯାୟୀ ୧୩୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଉଛି ।“