ଗୋଲାପ ଦିବସରୁ ଆରମ୍ଭ ହେଲା ଭାଲେଣ୍ଟାଇନ୍ସ୍ ୱିକ୍

0

ବ୍ୟୁରୋ : ଲାଲ୍ ଗୋଲାପ ପ୍ରେମ ଓ ପ୍ରଶଂସାର ପ୍ରତୀକ । ରୋଜ୍ ଡେ‘ରେ ଗୋଲାପର ସ୍ୱତନ୍ତ୍ର ସ୍ଥାନ । ଏକ ଜୀବନ୍ତ ଲାଲ୍ ରଙ୍ଗ ଉତ୍ସାହ, ଇଚ୍ଛା ଓ ପ୍ରୀତିର ସାନ୍ନିଧ୍ୟ ଗୋଲାପ । ପ୍ରେମିକଟିଏ ତା ପ୍ରେମିକା ପାଇଁ ଅନାବିଳ ପ୍ରେମ, ପ୍ରଶଂସା ଓ ଆନନ୍ଦର ପ୍ରତୀକ ରୂପେ ପ୍ରେମ ସପ୍ତାହର ପ୍ରଥମ ଦିନର ଗୋଲାପ ଉପହାର ଦେଇଥାଏ । ଗୋଲାପର ବର୍ଣ୍ଣ ସହ ବାର୍ତ୍ତା ବି ବଦଳେ ।


ପ୍ରେମ ସବୁବେଳେ ସଦ୍ୟ ଓ ନୂତନ । ପ୍ରେମ ସଫଳ ହୋଇପାରେ ଆଉ ବିଫଳ ବିଟ୍ଟ କେବେ ଯନ୍ତ୍ରଣାଦାୟକ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶଟ୍ଟ ସେ ଯାହା ହେଉ ପ୍ରେମ ଏକ ଭାବନାଟ୍ଟ ଏକ ସମର୍ପଣ.. ପ୍ରେମ ନିସ୍ୱାର୍ଥ ଆଉ ଶାଶ୍ୱତ । ପ୍ରେମ ମାନେନା ବୟସ, ଜାତି, ସୀମା ସରହଦ । ସେହି ପ୍ରେମ ପାଇଁ ବର୍ଷରେ ଗୋଟିଏ ସପ୍ତାହ ପ୍ରେମ ସପ୍ତାହ । ଆଜିଠୁ ଆରମ୍ଭ ହେଲା ପ୍ରେମ ସପ୍ତାହ ।


ଆରମ୍ଭ ହେଲା ପ୍ରେମ ଅର୍ଥାତ୍ ଭାଲେଣ୍ଟାଇନସ୍ର ସପ୍ତାହ । ୭ ଦିନର ଏହି ଯାତ୍ରା ପ୍ରେମୀ ଯୁଗଳ ଭିତରେ ଭରିଦେବ ନୂଆ ଉତ୍ସାହ । ସମ୍ପର୍କର ମିଠାପଣରେ ଯୋଡ଼ି ହେବ ଆଉ ଏକ ବର୍ଷ । ଫେବ୍ରୁଆରୀ ୭ ଗୋଲାପ ଦିବସରୁ ପ୍ରେମର ଯାତ୍ରା ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ଭାଲେଣ୍ଟାଇନସ୍ ଦିବସରେ ଶେଷ ହେବ । ପ୍ରତିଟି ଦିନ ହେବ ସ୍ମରଣୀୟ । ଗୋଲାପ ପାଖୁଡ଼ା ପରି ପ୍ରେମ ହେବ ସତେଜ..


ପ୍ରେମ ସପ୍ତାହରେ ଲାଲ୍ ଗୋଲାପର ଚାହିଦା ସବୁଠାରୁ ଅଧିକ ଥାଏ । ଗୋଲାପର ରକ୍ତମ ପାଖୁଡା ପରି ପ୍ରେମର ଗଭୀରତା ସେମିତି ଚମକୁଥାଉ ବୋଲି ପ୍ରେମୀଯୁଗଳ ଏହି ଦିନକୁ ପରସ୍ପରକୁ ପ୍ରତିଶୃତି ଦେଇଥାଆନ୍ତି ।