(ପ୍ରିୟଦର୍ଶନୀ ସ୍ୱାଇଁ/ଭୁବନେଶ୍ୱର): ଗୋଲାପ ଫୁଲ ଏହା କେବଳ ସୌନ୍ଦ୍ରର୍ଯ୍ୟ ପାଇଁ ବ୍ୟବହାର କରାଯାଏ ତ୍ାହା ନୁହେଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ। ଏହାର ସେବନ କରିବା ଦ୍ୱାରା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ ।
ଆସନ୍ତୁ ଜାଣିବା ଏହାର ରହିଛି ଉପକାରିତା :-
୧.ନିଦ ନଆସିବା ସହ ମାନସିକ ଥକାପଣ ଆଦିକୁ ଗୋଲାପ ଦୂର କରିଥାଏ।
୨.ଗୋଲାପ ଜଳ ଥକାପଣକୁ ଦୂର କରିବାରେ ସହାୟକ ହୋଇଥାଏ। ଏଥିସହ ଆଖିରେ ଦୁଇ ବୁନ୍ଦା ଗୋଲାପ ଜଳ ପକାଇବା ଦ୍ବାରା ଆଖିର ଚମକ ବଢ଼ିବା ସହ ଥକା ମଧ୍ୟ ଦୂର ହୋଇଥାଏ।
୩.ଘଣ୍ଡିଆ ଖବରା ହୋଇଥିଲେ ଗୋଲାପ ଜଳ ଖୁବ ସହାୟକ ହୋଇଥାଏ। ଏହାର ରକ୍ତକୁ ଅଟକାଇଥାଏ। ତାହାକୁ ଶୁଖାଇବାରେ ସହାଯ୍ୟ କରିଥାଏ।
୪.ହ୍ରୁଦରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଗୋଲାପ ଚା ଖୁବ ଲାଭକାରୀ ହୋଇଥାଏ। ଏହା ଶରୀରର ଅର୍ନ୍ତନିହିତ ରୋଗ ପାଇଁ ଖୁବ ଲାଭକାରୀ ହୋଇଥାଏ।
୫.ଦୈନିକ ରାତିରେ ଗୋଲାପ ଜଳ ମୁହଁରେ ଲଗାଇବା ଦ୍ବାରା ତ୍ବଚା ସୁନ୍ଦର ଏବଂ ଉଜ୍ବଳ ହୋଇଥାଏ।
୬.ଗୋଲାପରୁ ପ୍ରସ୍ତୁତ ଗୁଲକନ୍ଦ ରସର ସେବନ ଶରୀରକୁ ଥଣ୍ଡା ରଖିଥାଏ। ଏଣୁ ଖରା ଦିନରେ ଏହାର ସେବନ ଅଧିକ କରାଯାଇଥାଏ।