ସୁବର୍ଣ୍ଣପୁର: ପରିବହନ କାର୍ଯ୍ୟାଳୟରେ ଭିଡ

0

(ଓମପ୍ରକାଶ ମିଶ୍ର) ସୋନପୁର: ରାଜ୍ୟରେ ନୂଆ ମୋଟରଯାନ ଆଇନ ଲାଗୁ ହେବାପରେ କାର୍ୟ୍ୟ ଖିଲାପି ଗାଡ଼ି ମାଲିକ ଓ ଚାଲକଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଲାଗୁ ହୋଇଥିଲା।ଏବେ ରାଜ୍ୟ ସରକାରଙ୍କ ତରଫରୁ ତିନି ମାସ ପର୍ୟ୍ୟନ୍ତ ଏହାକୁ କୋହଳ କରାଯାଇଛି। ଏହି ତିନି ମାସ ମଧ୍ୟରେ ନିଜ ନିଜର ଦୋଷତୄଟି ସୁଧାରିବା ପାଇଁ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ୟ୍ୟ।ଳୟରେ ଲାଇସେନ୍ସ, କାଗଜପତ୍ର ଗୁଡିକ ଠିକ କରିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏପରିକି ବିନା ଲାଇସେନ୍ସ ରେ ବର୍ଷ ବର୍ଷ ଧରି ଗାଡି ଚଳାଇ ଆସୁଥିବା ଲୋକଙ୍କୁ ଲାଇସେନ୍ସ ପାଇଁ ଛିଡା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ନଥାଇ ବହୁତ ଗାଡ଼ି ରାସ୍ତା ଉପରେ ମୋଟା ଧୂଆଁ ଛାଡ଼ି ଚଳ ପ୍ରଚଳ କରୁଥିବାରୁ ଏବେ ନୂତନ ଆଇନରେ ଧରାହେବା ଓ ମୁଟା ଅଙ୍କର ଜରିମାନା ଭୟରେ ଲାଇସେନ୍ସ ଓ ପଲ୍ୟୁସନ୍ ସାର୍ଟିଫିକେଟ ସଠିକ କରିବା ପାଇଁ ଏବେ ପରିବହନ କାର୍ୟ୍ୟ।ଳୟରେ ଭିଡି ଜମୁଥିବା ଦେଖିବାକୁ ମିଳିଛି।