ଭୁବନେଶ୍ୱର:ଚାଲିପାରୁନି ଗୃହ, ଆଜିବି ସାଢେ ୧୧ ଟା ପର୍ଯ୍ୟନ୍ତ ଗୃହ ମୁଲତବି । ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧି । ଏନେଇ ବାଚସ୍ପତ୍ତି ସୁରମା ପାଢୀ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି । କାଲି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଗୃହରେ ହଟ୍ଟଗୋଳ ଦେଖାଦେଇଛି । ଏଏସଓ ଚାକିରି ବିକ୍ରି ହୋଇଥିବା ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ । ବାଚସ୍ପତଙ୍କ ପୋଡିୟମ ତଳେ ବିଜେଡି ହୋହଲ୍ଲା କରି ନାରାବାଜି କରିଥିଲେ।