ବିଜେଡିରେ ଯୋଗ ଦେଲେ ବ୍ୟବସାୟୀ ରୁଦ୍ର

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ରୁଦ୍ର ସାମନ୍ତରାୟ । ଗତକାଲି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଯୁବ ସମାଜସେବୀ ତଥା ବ୍ୟବସାୟୀ ରୁଦ୍ର ସାମନ୍ତରାୟ । ସେ ଏକ ବିଶାଳ ରାଲି କରି ବିଜେଡିରେ ସାମିଲ ହୋଇଛନ୍ତି । ସହିଦନଗର ରୁ ହଜାର ହଜାର ସମର୍ଥକ ଙ୍କ ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ସମାଜସେବା କ୍ଷେତ୍ରରେ ପୂର୍ବରୁ ନିଜକୁ ଉତ୍ସର୍ଗ କରିଥିବା ରୁଦ୍ରଙ୍କ ଭଳି ଯୁବକ ରାଜନୀତି କୁ ଆସିବା ନିହାତି ଆବଶ୍ୟକ ବୋଲି ମତ ଦେଇଛନ୍ତି ରାଜଧାନୀ ବାସିନ୍ଦା । ଜଣେ ଉଚ୍ଚ ଶିକ୍ଷିତ ତଥା ପରୋପକାରୀ ଯୁବକ ଭାବେ ବେଶ ଜଣାଶୁଣା ରୁଦ୍ର ସାମନ୍ତରାୟ ଆଗାମୀ ନିର୍ବାଚନ ରେ ମଧ୍ୟ ଭୁବନେଶ୍ୱର ରୁ ପ୍ରାର୍ଥୀ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।