ବ୍ୟୁରୋ : ଦର୍ଶକ ବନ୍ଧୁ ଏମିତି ବହୁତ ଥର ହୋଇଥାଏ ଯେ, ଆପଣ କୁଆଡେ ବାହାରକୁ ଗାଡ଼ି ନେଇ ଜଲଦି ଜଲଦିରେ ବାହାରିଯାନ୍ତି । ଆଉ ଲାଇସେନ୍ସ କି ଗାଡ଼ିର ଅନ୍ୟ କାଗଜପତ୍ର ସାଙ୍ଗରେ ନେବାକୁ ଭୁଲିଯାନ୍ତି । ଯାହାଫଳରେ ରାସ୍ତାରେ ହଠାତ ପୋଲିସ କି ଟ୍ରାଫିକ ପୋଲିସ ଆପଣଙ୍କୁ ଅଟକାଇ ଦେବା ପରେ ଚାଲଣ କଟିବାର ଭୟ ରହିଥାଏ । ଜଦି ଆପଣଙ୍କୁ ଏହାର ଡର ରହିଛି ତେବେ ଏହା ଜାଣି ରଖନ୍ତୁ କି, ଆପଣଙ୍କର ଚାଲାଣ କଟିବ ନାହିଁ । ଆପଣ ଭାବୁଥିବେ କିପରି ଏହା ସମ୍ଭବ?
ପ୍ରଥମେ ଆପଣଙ୍କୁ ଯଦି ଟ୍ରାଫିକ ପୋଲିସ ଧରିନେଇଛନ୍ତି ଚାଲାଣ କାଟିବା ପାଇଁ ତେବେ ଆପଣ କେବଳ କହିବେ ରୁଲ ନମ୍ବର ୧୩୯ ସେଣ୍ଟ୍ରାଲ ମୋଟର ଭେଇକିଲ ଆକ୍ଟ । ଏହି ଆକ୍ଟ ଅନୁସାରେ ଯିଏ ବି ଗାଡ଼ି ଚଲାଉଛି ବା ଚାଲାଣ କଟିବାକୁ ଯାଉଛି ତାଙ୍କୁ ୧୫ ଦିନର ସମୟ ଦିଆଯାଇଥାଏ, ଏହି ୧୫ ଦିନ ଭିତରେ ଲାଇସେନ୍ସ, ଇନ୍ସୁରାନ୍ସ, ପଲ୍ୟୁସନ ପେପାର ଆଦି ଡକ୍ୟୁମେଣ୍ଟ ଯେକୌଣସି ପୋଲିସ ଅଧରକାରୀଙ୍କୁ ଆପଣଙ୍କୁ ଦେଖୋଇବା ପାଇଁ ହେବ ଯେ, ସମସ୍ତ ଡକ୍ୟୁମେଣ୍ଟ ଆପଣଙ୍କର ଅଛି କେବଳ ରାସ୍ତାରେ ଯିବା ବେଳେ ପାଖରେ ନଥିଲା । କିନ୍ତୁ ତାହା ପ୍ରକୃତରେ ଆପଣଙ୍କର ଅଛି । ଆଉ ଆପଣଙ୍କୁ କେବଳ ୧୦୦ ଟଙ୍କା ଫାଇନ ଦେବାକୁ ପଡିବ । ଏହା ଛଡା ଆଉ କୌଣସି ମୋଟା ଅଙ୍କର ଚାଲାଣ ଦେବାକୁ ପଡିବ ନାହିଁ କି କୌଣସି ଅଧରକାରୀଙ୍କୁ ଲାଞ୍ଚ ମଧ୍ୟ ଦେବାକୁ ପଡିବ ନାହିଁ । କେବଳ ଆପଣଙ୍କୁ ଆକ୍ଟ ନମ୍ବର ୧୩୯କୁ ମନେ ରଖିବାକୁ ହେବ ।