ଟାଙ୍ଗୀ : ଟାଙ୍ଗୀ ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଲେ ରୁମାନା ଜାଫିର । ପୂର୍ବରୁ ସେ କଟକ ସଦର ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ । ରୁମାନା ଜାଫିର ଆଜି କାର୍ଯ୍ୟରେ ଯୋଗଦେଇ ଗରୀବ ଦିନ ହିନ ଜନ ସାଧାରଣ ଙ୍କପାଇଁ ସର୍ବଦା କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ଟାଙ୍ଗୀ ବ୍ଲକର ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ । ସରପଞ୍ଚ, ସମିତି ସଭ୍ୟ, PEO, JE ମାନେ ବିଡ଼ିଓ ଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଛନ୍ତି । ଟାଙ୍ଗୀ ବ୍ଲକରେ କାର୍ଯ୍ୟ କରୁଥିବା ବିଡ଼ିଓ ରେସ୍ମା ଟେଟେ ଯାଜପୁର ଜିଲ୍ଲା କୁ ବଦଳି ପରେ ଫାଙ୍କା ପଡ଼ିଥିଲା ଏହି ବିଡ଼ିଓ ପଦବୀ ।