ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଋଷଭ ପନ୍ତ

0

ନୂଆଦିଲ୍ଲୀ : ଭୟଙ୍କର ସଡ଼କ ଦୁର୍ଘଟଣାରେ ଶିକାର ହେବାର ୪୦ ଦିନ ପରେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କ୍ରିକେଟର ଋଷଭ ପନ୍ତ । ସେ ସୁସ୍ଥ ହେଉଥିବା ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି ।ଇଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଋଷଭ ଲେଖିଛନ୍ତି ଯେ ‘One step stronger… One step better’ । ଇଷ୍ଟାଗ୍ରାମରେ ଋଷଭ ସେୟାର କରିଥିବା ଫଟୋରେ ଏକ ଆଶାବାଡ଼ି ଧରିଛନ୍ତି ।

ତାହାସହ ଧୀରେ ଧୀରେ ସେ ଚାଲିବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ ଏକ ଧଳା ଟି-ସାର୍ଟ ସହ କଳା ହାପ୍ ପ୍ୟାଣ୍ଟରେ ନଜର ଆସିଛନ୍ତି କ୍ରିକେଟର ଋଷଭ ପନ୍ତ ।ସୂଚନା ଥାଉକି ଗତ ଡିସେମ୍ବର ୩୦ ତାରିଖରେ ଭାରତୀୟ କ୍ରିକେଟର ଋଷଭ୍ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ମର୍ସିଡିଜ୍‌ କାର୍‌ରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଫେରୁଥିବା ବେଳେ ଦିଲ୍ଲୀ-ଡେରାଡୁନ୍‌ ହାଇୱେର ରୁର୍କୀ ବର୍ଡର ନିକଟରେ ଦୁର୍ଘଟଣା ହୋଇଥିଲା ।ରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡେରାଡୁନ୍‌ର ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ଋଷଭ ।

ସେପଟେ ଋଷଭଙ୍କ ଏହି ପୋଷ୍ଟରେ ତାଙ୍କର ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଶଂସକ ମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିବା ବେଳେ କିଛି ପ୍ରଶଂସକ ତାଙ୍କୁ ଫାଇଟର କହିଥିବା ଦେଖିବାକୁ ମିଳିଛି । ଋଷଭଙ୍କ ଏହି ପୋଷ୍ଟକୁ ୨ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ସେହିପରି ୫୭ ହଜାରରୁ ଅଧିକ କମେଣ୍ଟ ମିଳିଛି ।