ବିଜୟ ଦିବସ ପାଳନ କରୁଛି ଋଷ

0

ମସ୍କୋ : ସମଗ୍ର ଋଷ ଉତ୍ସବମୁଖର ହୋଇଉଠିଛି । ବିଜୟ ଦିବସ ପାଳନ କରୁଛି ଋଷ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଋଷ ସେନାର ଅଦ୍ଭୁତପୂର୍ବ ବିଜୟ ପାଇଁ ବିଜୟ ଦିବସ ପାଳନ କରୁଛି ଋଷ । ଏଥିପାଇଁ ମସ୍କୋ ରେଡସ୍କୋୟାରରେ ଅନୁଷ୍ଠିତ ହେବାକୁଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସମସ୍ତ ବାହିନୀର ଆକର୍ଷଣୀୟ ପରେଡ ସହିତ ପ୍ରଦର୍ଶିତ ହେବ ସାମରିକ ଅସ୍ତ୍ରଶସ୍ତ୍ର । ଯୁବକମାନଙ୍କ ଆକର୍ଷଣପାଇଁ ୟଙ୍ଗ ଆର୍ମି ବାହିନୀକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ସେପଟେ ବିଜୟ ଦିବସ ପାଳନ ଅବସରରେ ୟୁକ୍ରେନ ସହର ବାଖମତକୁ ଅକ୍ତିଆର କରିବା ଲାଗି ପ୍ରାଣପଣେ ଚେଷ୍ଟା କରୁଛି ଋଷ । ବାଖମତର ବିଭିନ୍ନ ସ୍ଥାନରେ ଜୋରଦାର ହମଲା କରିବା ସହିତ ୟୁକ୍ରେନର ରାଜଧାନୀ କିବ୍ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଜୋରଦାର ହମଲା ଜାରି ରଖିଛି ଋଷ ।