ରାଜଧାନୀ କିବ୍ ଉପରେ ମିସାଇଲ ମାଡ କଲା ରୁଷିଆ

0

ବ୍ୟୁରୋ: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାମ ନେଉନାହିଁ । ଏହା ଭିତରେ ଯୁଦ୍ଧ ୬୫ ଦିନରେ ପହଂଚିଛି । ଯୁଦ୍ଧ ରୋକିବା ନିମନ୍ତେ ଜାତିସଂଘ ସମେତ ବିଭିନ୍ନ ଦେଶର ଅପିଲ କଲେ ମଧ୍ୟ ବି କାହା କଥା ଶୁଣିବାକୁଚାହୁଁନାହିଁ ମସ୍କୋ । ୟୁକ୍ରେନର ବିଭିନ୍ନ ସହର ଉପରେ ଏବେ ବି ଆକ୍ରମଣ ଜାରି ରଖିଛି ପୁଟିନ ସେନା ।

ଏମିତି କି ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟ ଏଂଟୋନିୟୋ ଗୁଟେରସ୍ ରାଜଧାନୀ କିବରେ ଥିବାବେଳେ ମିଜାଇଲ ମାଡ କରିଛି ଋଷ ।ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଭେଟିବାର ମାତ୍ର ୧ ଘଣ୍ଟା ବ୍ୟବଧାନ ପରେ ୟୁକ୍ରେନ୍ ରାଜଧାନୀ କିବରେ ୨ଟି ମିସାିଲ ମାଡ କରିଥିବା ଜଣା ପଡିଛି । ତେବେ ମିସାଇଲ୍ ମାଡରେ କିଭର ଜଣେ ବ୍ୟକ୍ତିଙ୍କ ମୃତ ହୋଇଥିବା ସୂଚନା ମିଳିଛି ।ସେହିପରି ୧୦ଜଣରୁ ଅଧିକ ଲୋକ ଆହାତ ହୋଇଛନ୍ତି ।

ତେବେ ଅନ୍ୟପଟେ ଜାତିସଂଘ ପମୁଖଙ୍କ ସହ ତାଙ୍କ ପୂରା ଟିମ୍ ସୁରକ୍ଷିତ ଥିବା ଜଣା ପଡିଛି । ୟୁକ୍ରେନ୍ ଯିବା ପୂର୍ବରୁ ମସ୍କୋ ଯାଇ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ଦେଖା କରିବା ପରେ ତାଙ୍କସହ ୱାଣ୍ଟ ଟୁ ୱାନ୍ ଆଲୋଚନା କରିଥିଲେ ଏଂଟୋନିୟୋ । ଆଲୋଚନା ମଧ୍ୟମରେ ସେ ଯୁଦ୍ଧ ବନ୍ଦ କରିବା ପାଇଁ ଦାବି ରଖିଥିଲେ । କିନ୍ତୁ ରୁଷ ସେନା ନ ଶୁଣି ଆକ୍ରମଣ ଜାରି ରଖିଛନ୍ତି । ତେବେ ଆଉ କେତେ ଦିନ ଏ ଯୁଦ୍ଧ ଚାଲିଥିବ ତାହା ରୁଷଙ୍କ ରାଷ୍ଟ୍ରପତିଙ୍କ ଜଣା ।