ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କଲେ ପୁଟିନ, ଖୁବଶ୍ରୀଘ୍ର ଆସିବେ ଭାରତ…

0

ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ମୋଦି ଗତବର୍ଷ ଋଷ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ଯାହାକୁ ପୁଟିନ ଏବେ ଗ୍ରହଣ କରିଛନ୍ତି । ଋଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ଏହାକୁ ନିଶ୍ଚିତ କରିଛନ୍ତି । ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଥିବା ସେ କହଛନ୍ତି । କିନ୍ତୁ ଏଯାବତ ତାରିଖ ପ୍ରକାଶ କରିନାହାନ୍ତି ।


ଲାଭରୋଭ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ପୁନଃନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ରୁଷିଆ ଗସ୍ତ କରିଥିଲେ।’ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି।’ ଏବେ ଆମର ପାଳି।” ସେ ଆହୁରି ମଧ୍ୟ କହିଛନ୍ତି ଯେ “ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାଇଁ ବ୍ୟବସ୍ଥା କରାଯାଉଛି।” ତଥାପି, ସେ ଏହି ଗସ୍ତ କେବେ ହୋଇପାରେ ତାହା ମାସ କିମ୍ବା ତାରିଖ ନିର୍ଦ୍ଦିଷ୍ଟ କରି ନାହାଁନ୍ତି।ଏହି ଗସ୍ତ ସମୟରେ ପୁଟିନ ଏବଂ ମୋଦୀ ଉଭୟ ୟୁକ୍ରେନ ଯୁଦ୍ଧ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଶ୍ୱ ପରିସ୍ଥିତିରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି।