ପୁଣି ଥରେ  ଭୟଙ୍କର ପରିସ୍ଥିତିରେ  ରୁଷ- ୟୁକ୍ରେନ ଯୁଦ୍ଧ

0

ନୂଆଦିଲ୍ଲୀ: ରୁଷ- ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ପରିସ୍ଥିତିରେ  । ଆଜି ରୁଷ ଏବଂ ୟୁକ୍ରେନର ସୁମୀରେ ବାଲିଷ୍ଟିକ ମିସାଇଲ ମାଡ କରିଛି ।  ଯାହାଫଳରେ ୨୧ ଜଣଙ୍କ ପ୍ରାଣହାନି ଘଟିଛି। ଏହି  ଆକ୍ରମଣରେ ଅନ୍ୟ ୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଆକ୍ରମଣ ସମୟର ଏକ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସାରା ବିଶ୍ଵର ରୁଷର ଏଭଳି କାର୍ଯ୍ୟର ଜବାବ ଦେବାକୁ ଜେଲେନ୍‌ସ୍କି ଅନୁରୋଧ କରିଛନ୍ତି। ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ସୁମି ସହରର କେନ୍ଦ୍ର ସ୍ଥଳରେ ଲୋକଙ୍କ ଭିଡ଼ ରହିଥିବା ସମୟରେ ରୁଷ ବାଲିଷ୍ଟିକ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରିଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଛନ୍ତି। ଏଥିରେ ଅନେକ କାର ଜଳିପୋଡ଼ି ନଷ୍ଟ ହୋଇଯାଇଛି।