ଗତକାଲି ରୁଷରେ ଏକ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସମସ୍ତ ୭୪ ଜଣ ମୃତ୍ୟୁ ହରାଇଥିବା କୁହାଯାଉଛି । ୟୁକ୍ରେନ ସୀମା ସଂଲଗ୍ନ ବେଲଗୋରୋହ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ।ଏଥିରେ ୬୫ ଜଣ ୟୁକ୍ରେନ କଏଦୀଙ୍କ ସହ ୯ ଜଣ ରୁଷୀୟ କ୍ରୁ ମେମ୍ଭର ଥିବା ସୂଚନା ରହିଛି । ତେବେ କୁହାଯାଉଛି ଯେ ୬୫ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ରୁଷୀୟ ସେନା ବିମାନ ‘ଇଲ୍ୟୁଶିନ ଆଇ ଆଇ-୭୬’ କ୍ରାସ ହୋଇଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ରେ ଦେଖାଯାଉଛି ଯେ , ରୁଷର ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ହଠାତ ଜୋରରେ ତଳକୁ ଖସୁଛି ଏବଂ ଏହାପରେ ଏକ ଛୋଟ ରିଫାଇନାରୀ ଠାରୁ ଅଳ୍ପ ଦୂରରେ କ୍ରାସ ହୋଇଯାଇଛି । ତେବେ କ୍ରାସ ହୋଇଥିବା ବିମାନର ଲମ୍ବା ୧୬୪ ଫୁଟ ହୋଇଥିବାରୁ ଆଖପାଖ ଅଞ୍ଚଳରେ ନିଅାଁ ଲାଗି ଯାଇଥିଲା ।