ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୨୭ ଦିନ ବିତିଲାଣି। ଏହାର ପ୍ରତିବାଦରେ ଦୁନିଆର ଅଧିକାଂଶ ଦେଶ ରୁଷକୁ ବହିଷ୍କାର କରି ସାରିଲେଣି। ରୁଷ ଉପରେ ପାଶ୍ଚାତ୍ୟ ଦେଶଗୁଡିକ ପକ୍ଷରୁ ବାସନ୍ଦ ଲାଗୁ କରାଯାଇଥିବାରୁ ଦେଶର ଶିଳ୍ପପତି, ବ୍ୟବସାୟୀ ଓ ବରିଷ୍ଠ ଶାସକମାନେ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ଦେଶ ରୁଷ ଉପରେ ଆର୍ଥିକ କଟକଣା ଘୋଷଣା କରି ସାରିଛନ୍ତି। ତେଣୁ ସେମାନେ ପୁଟିନଙ୍କୁ ହଟାଇବା ପାଇଁ ଚାହୁଁଥିବା ବେଳେ ଏକ ସାଙ୍ଘାତିକ ଯୋଜନା ର ପ୍ରାୟସ କରିବା ନେଇ ୟୁକ୍ରେନର ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି ।
ୟୁକ୍ରେନ ବିରେଧୀ ଯୁଦ୍ଧ ପାଇଁ ନିଜ ଦେଶରେ ସମାଲୋଚିତ ହୋଇଥିବା ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ବିଷ ଦେଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଛି । ପୁଟିନଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ଥାନରେ ଆଉ ଜଣେ ନୂଆ ରାଷ୍ଟ୍ରପତି ତଥା ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫଏସ୍ଏସ୍) ମୁଖ୍ୟ ଆଲେକଜାଣ୍ଡର ବର୍ଟନିକୋଭଙ୍କୁ କ୍ଷମତାରେ ବସାଇବାକୁ ଯୋଜନା କରାଯାଇଛି । ରେ ପୁଟିନଙ୍କୁ କ୍ଷମତାରୁ ହଟାଇବା ଲାଗି ସେମାନେ ବିଭିନ୍ନ ବିକଳ୍ପ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ସେଥିମଧ୍ୟରେ ବିଷଦେଇ ହତ୍ୟା କରିବା, ଆକସ୍ମିକ ଦୁର୍ଘଟଣା କିମ୍ବା ସେଭଳି ଅନ୍ୟ କୌଣସି ଘଟଣା ଉପରେ ବିଚାର କରାଯାଉଛି।
ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫଏସ୍ଏସ୍) ମୁଖ୍ୟ ଆଲେକଜାଣ୍ଡର ବର୍ଟନିକୋଭ ପୂର୍ବରୁ ପୁଟିନଙ୍କ ସହିତ କେଜିବିରେ କାର୍ୟ୍ୟ କରୁଥିଲେ । ପୁଟିନଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରୁ ସେ ଅନ୍ୟତମ । କିନ୍ତୁ ୟୁକ୍ରେନ ଯୁଦ୍ଧରେ ରୁଷର ବିଫଳତାକୁ ନେଇ ପୁଟିନଙ୍କ ବିଶ୍ୱାସ ସେ ହରାଇସାରିଛନ୍ତି । ଦେଶର ସେନା ଠାରୁ ଆରମ୍ଭ କରି ରାଜନୀତି ଓ ଗୁଇନ୍ଦା ସଂସ୍ଥା ପର୍ୟ୍ୟନ୍ତ ସବୁଆଡେ ତାଙ୍କର ବେଶ ପ୍ରଭାବ ରହିଛି । ୨୭ ଦିନ ହେଲା ୟୁକ୍ରେନ ଯୁଦ୍ଧରେ ରୁଷ ସେଭଳି କୌଣସି ସଫଳତା ପାଇନାହିଁ । ଏହି କାରଣରୁ ଦେଶର ୮ ଜଣ ବରିଷ୍ଠ ସେନା ଜେନେରାଲଙ୍କୁ ବରଖାସ୍ତ କରାଯାଇଛି । ତେଣୁ ସେମାନେ ମଧ୍ୟ ପୁଟିନଙ୍କୁ ହଟାଇବା ଲାଗି କରାଯାଉଥିବା ଷଡଯନ୍ତ୍ରରେ ସାମିଲ ହୋଇଛନ୍ତି । ତେବେ ସେମାନଙ୍କ ଦ୍ୱାରା କରାଯାଉଥିବା ପୁଟିନଙ୍କୁ ହଟାଇବାରେ ଏହି ଷଡଯନ୍ତ୍ର କେତେଦୂର ସଫଳ ହେବେ ତାହା କେବଳ ସମୟ କହିବ ।