ବ୍ୟାଙ୍କ ଠକେଇ ମାମଲାରେ ଏସ.କାଥେରସାନ ଗିରଫ

0

ଭୁବନେଶ୍ୱର : ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଜାଲରେ ଗିରଫ ହୋଇିଛନ୍ତି ତାମିଲନାଡୁର ଏସ କାଥେରସାନ । କୋପରେଶନ ବ୍ୟଙ୍କରୁ ପାଞ୍ଚ କୋଟି ଟଙ୍କା ଠକେଇ ଅଭିଯୋଗରୁ ଗିରଫ କରିଛି ପୋଲିସ । ୨୦୧୫ ଫେବୃଆରୀ ମାସରେ କୋପୋରେସନ ବ୍ୟାଙ୍କର ଚିଫ ମେନେଜର କେ ଏନ ନରସିହ୍ମାଙ୍କ ଅଭିଯୋଗ କ୍ରମେ ଏସ କାଥେରସାନଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ଏସ କାଥେରସାନ ଜଗନ୍ନାଥ ଫାଇନାସିଆଲ ଓ କେଏସ ଫାଉଣ୍ଡେସନ ସହାଯ୍ୟରେ ପାଞ୍ଚ କୋଟି ଟଙ୍କାର ଋଣ ନେଇ ପ୍ରଥମ କିସ୍ତି ଦେବାରେ କମ୍ପାନୀ ବିଫଳ ହୋଇଥିଲା । ଏବଂ ଏହି କମ୍ପାନୀର ମେନେଜିଙ୍ଗ ଡାଇରେକ୍ଟର ଏସ କାଥେରସାନ ଥିଲେ ।