ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ

0

ଭୁବନେଶ୍ୱର; ଆସିଲା ୨୦୨୫ ବଜେଟ୍ । ସଂସଦରେ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ସୀତା ରମଣ । ତେବେ କଣ ଶସ୍ତା ଓ କଣ ଛାଡ ହୋଇଛି । ଏହି ବଜେଟରେ କୃଷକ ,ମହିଳା, ଯୁବଗୋଷ୍ଠୀଙ୍କୁ ଗୁରୁତ୍ୱ ଦେବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି ସୀତାରମଣ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବ ବ୍ରଡବ୍ୟାଙ୍ଗ ସୁବିଧା। ୨୦୦ ଡେ’ କେୟାର ମେଡିକାଲ ସେଣ୍ଟର ଖୋଲିବ। ସବୁ ସରକାରୀ ହସ୍ପିଟାଲରେ କ୍ୟାନ୍ସର ସେଣ୍ଟର ରହିବ । ଏହାସହ ମେଡିକାଲ କଲେଜରେ ୭୫ ହଜାର ସିଟ ବଢିବ । ସ୍ବାସ୍ଥ୍ର କ୍ଷେତ୍ରରେ ଏହି ଲକ୍ଷ୍ୟ ପୂରଣ ପାଇଁ ୫ ବର୍ଷ ଧାର୍ୟ୍ୟ କରାଯାଇଛି।