(ସୌମ୍ୟ ରଞ୍ଜନ ସେଠୀ) : ଦଃଖ ଓ ବିପଦ ସମୟରେ ଆଦୌ ଭାଙ୍ଗି ପଡନ୍ତୁ ନାହିଁ । ଦୁଃଖକୁ ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରନ୍ତୁ ।
ତାହାଲେ ଆସନ୍ତୁ ଜାଣିବା ଦୁଃଖ ସମୟରେ କ’ଣ କରିବା
ଆକାଶରେ କଳାବାଦଲ ଏକ ନିଦ୍ଧିଷ୍ଟ ସମୟ ପାଇଁ ସୂର୍ଯ୍ୟଙ୍କୁ ଢାଙ୍କି ଦିଏ । କିନ୍ତୁ ସେ ପୁଣି ସାରା ଦୁନିଆକୁ କିରଣ ଦିଅନ୍ତି । ସେମିତି ଆମ ଜୀବନ ଚକ୍ରରେ କିଛି ବି ସ୍ଥାୟୀ ନୁହେଁ । ଦୁଃଖ ପରେ ସୁଖ ଆସିବ ନିଶ୍ଚିତ । ଦୁଃଖକୁ ଏକ କଳାବାଦଲ ବୋଲି ଭାବନ୍ତୁ । ସେ ହଟିବ ନିଶ୍ଚିତ
ଜୀବନର ଅନେକ ମୋଡ । ଜୀବନରେ କେତେବେଳେ ଦୁଃଖ, ବୈଶାଖର ତାତି ଭଳି ମାଡି ଆସେତ କେତେବେଳେ ଶ୍ରାବଣର ବର୍ଷା ଛିଟା ଭଳି ଦୁଃଖକୁ ଧୋଇନେଇଥାଏ । ଋତୁ ବଦଳିଲା ଭଳି ମଧ୍ୟ ଜୀବନ ବଦଳି ଥାଏ ତେଣୁ ଜୀବନକୁ ଏକ ଋତୁ ଭାବନ୍ତୁ ଆଉ ନିଜକୁ ଋତୁ ସହ ପରିବର୍ତନ କରିବାକୁ ଚେଷ୍ଟା କରନ୍ତୁ ।
ବେଳେ ବେଳେ କିଛି ଭୁଲ ନଥାଇ ମଧ୍ୟ ଦୋଷୀ ହୋଇଯାଆନ୍ତି ପରେ ବହୁତ ଅନୁତାପ କରିବାକୁ ପଡେ । ସେଇ ସମୟରେ ଅନେକ ଲୋକ ଭାଙ୍ଗି ପଡନ୍ତି ଆଉ ଲୁଚି ଲୁଚି ଖୁବ୍ କାନ୍ଦନ୍ତି ଲାଜରେ ମଧ୍ୟ କାହାକୁ କହିବି ପାରନ୍ତନାହିଁ ି । ଡରି ଥାନ୍ତି ଦୂନିଆ ଲୋକଙ୍କୁ କାଳେ ପୁଣି କିଏ ତାଙ୍କୁ ଆଙ୍ଗୁଳି ଦେଖାଇ ପଦେ କହିଦେବ କି ? ସେଇ ସମୟରେ ନିଜକୁ ଦୃଢ କରିବାକୁ ପଡିବ ଆଉ ଭାବିବାକୁ ପଡିବ ଜଦି ଗୋଟିଏ ହସ କଥାକୁ ନେଇ ବାରମ୍ବାର ହସିନହେଉଛି ତାହାଲେ ଗୋଟିଏ ଦୁଃଖକୁ ନେଇ ବାରମ୍ବାର ଲୁହ ଝରେଇବି କାହିଁକି ।
ବେଳେ ବେଳେ ଏମିତି ବି ହୁଏ , ଅତି ନିଜର ବନ୍ଧୁ ଭୁଲବୁଝାବଣା, ମାନଅଭିମାନ କରି ଦୁରେଇ ଯାଆନ୍ତି ସେତେବେଳେ ବହୁତ ଦୁଃଖ ଲାଗେ । ସେତେବେଳେ ବ୍ୟସ୍ତ ବିବ୍ରତ ନହୋଇ ସମୟକୁ ଅପେଷା କରନ୍ତୁ ସେ ଫେରିବା ଯାଏଁ । ନଚେତ ସେତେବେଳେ ନିଜକୁ ବେଳା ଭୂମି ଭାବିଦିଅନ୍ତୁ, ଯମେିତି ବେଳା ଭୂମୀରେ ଗୋଟେ ପରେ ୍ଆଉ ଗୋଟେ ଲହରୀ ଆସିଥାଏ ଜୀବନର ଚଲାପଥରେ ସେମିତି ଅନେକ ବନ୍ଧୁ ଆସିବେ ।
ଯଦି ଆତ୍ମୀୟସୃଜନ କେହି ଭଗବାନଙ୍କ ସହ ଲିନ ହେଇଯାଉଛନ୍ତି । ତାହାଲେ ଦୁଃଖ କରିବା କିଛି ଆବଶ୍ୟକ ନାହିଁ କି ଭାଙ୍ଗି ପଡିବା ଦରକାର ନାହିଁ । କାରଣ ଆପଣ ବୁଝିଜିବା ଦରକାର ଏଇ ଦୂନିଆରେ ସବୁ ମିଛ ହୋଇଥିବା ବେଲେ ମୃତ୍ୟୁ ହିଁ ସତ୍ୟ ।
ଜୀବନର ଗତାନୂଗତିକ ପଥରେ ପରିଚୟର ଦ୍ୱାହୀ ଦେଇ ସମ୍ପର୍କ ସୃଷ୍ଟି ହୁଏ ନାମକୁ ମାତ୍ର ତେଣୁ ମିଛ ପରିଚୟ ନେଇ ରହୁଥିବା ବ୍ୟକ୍ତି ମାନଙ୍କ ଠୁ ଦୁରେଇ ରହିଲେ ହିଁ ସୁଖ ମିଳି ପାରିବ । ଆଉ ଗୋଟେ କଥା ଭଲଭାବେ ମନେରଖନ୍ତୁ କାହାକୁ କେବେ ଦୁଃଖ ଦିଅନ୍ତୁ ନାହିଁ, ନିଜ କର୍ମକୁ ଭଗବାନ ମାନନ୍ତୁ, ଆପଣ ମାନେ ଯାହା କରୁଛନ୍ତି କେହି ନଜାଣିଲେ ବି ଆପଣ ଜାଣିଛନ୍ତି ଆଉ ଭଗବାନ ଜାଣିଛନ୍ତି । ଭଗବାନଙ୍କୁ ବିଶ୍ୱାସ କରନ୍ତୁ ଆଦୌ ଭୟ କରନ୍ତୁ ନାହିଁ । ଦୁଃଖ କେବଳ ଆପଣଙ୍କୁ ଡରାଉଛି।