ପରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ

0

ପାରାଦୀପ: ଆରମ୍ଭ ହୋଇଛି ସମରାଭ୍ୟାସ । ପରାଦୀପରେ ‘ ସାଗର କବଚ -୨’ କାର୍ଯ୍ୟକ୍ରମ ଅରମ୍ଭ ହୋଇଯାଇଛି । ଏହା ଦୁଇଦିନ ଧରି ଚାଲିବାକୁ ଥବବା ବେଳେ ଏହି କାର୍ଯ୍ୟକ୍ରମରେ ଓଡିଶା ଓ ପଶ୍ଚମବଙ୍ଗର ବିଭିନ୍ନ ବିଭାଜ ସାମିଲ ହୋଇଛନ୍ତି । ଜଳପଥରେ ଅତଙ୍କବାଦୀ ଆକ୍ରମଣକୁ ପ୍ରତିହାର କରିବାପାଇଁ ଏହି ସମରାଅଭ୍ୟାସ କରାଯାଉଥିବା କୁହାଯାଉଛି । ମୁମ୍ବାଇ ଆକ୍ରମଣ ଘଟଣା ପର ଠାରୁ ଜଳ ପଥରେ ଆତଙ୍କି ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ପ୍ରତ୍ୟେକ ବର୍ଷ ଦୁଇଥିର ଏହି ସମରାଭ୍ୟାସ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ୧୮ରୁ ଉର୍ଦ୍ଧ ବିଭାଗ । ଉପକୂଳବର୍ତ୍ତୀ ୪୮୦ କିଲୋମିଟର ସମୁଦ୍ର ବେଳାଭୂମି ରେ ଚାଲିଛି ଏହି ସମରାଭ୍ୟାସ। ଓଡ଼ିଶା ଓ ଓ୍ବେଷ୍ଟବେଙ୍ଗଲର ବିଭିନ୍ନ ବିଭାଗର ବିଭିନ୍ନ କର୍ମଚାରୀ ଙ୍କୁ ରେଡ୍ ଓ ବ୍ଲୁ ଦୁଇଟି ଟିମ୍ ରେ ଭାଗ କରାଯାଇଛି।