ତାରାଙ୍କୁ ଟକ୍କର ଦେବେ ସଗରିଆ

0

( ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଜୟପୁର ବିଧାନସଭାରୁ ଲଢିବେ ବୋଲି କହିଛନ୍ତି। ବିଏସପି ଟିକେଟରେ ସେ ପ୍ରାର୍ଥୀ ହେବେ ବୋଲି ସଗରିଆ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଭୁବନେଶ୍ଵର ଲୋକସଭା ଆସନରୁ ଲଢିବେ ବୋଲି କହିଥିଲେ।
ଏହା ଜୟପୁର ବିଧାନସଭାରେ ବିଜେଡି ରବିନାରାୟଣ ନନ୍ଦଙ୍କୁ ପ୍ରାର୍ଥୀ କରିଛି। ଏହି ଆସନଟି ଏବେ କଂଗ୍ରେସ ହାତରେ ରହିଛି। ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀ ପତି ୨୦୧୪ ନିର୍ବାଚନରେ ରବି ନାରାୟଣଙ୍କୁ ପରାସ୍ତ କରିଥିଲେ। ଏବେ କୃଷ୍ଣ ଶଗରିଆ ଏହି ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ଜୟପୁର କଂଗ୍ରେସର ଗଡ଼ ରୂପେ ରହି ଆସିଛି। ସଗରିଆଙ୍କ ଏହି ଘୋଷଣା ପରେ ଏଠାରେ ବିଜେଡି, ବିଜେପି, କଂଗ୍ରେସ ଓ ବିଏସପି ପ୍ରାର୍ଥୀଙ୍କ ମଧ୍ୟରେ ଚର୍ତୁମୁଖୀ ଲଢେଇ ହେବାକୁ ଯାଉଛି।