ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ସହଦେଵ ନାୟକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟଣା । ହତ୍ୟାକାଣ୍ଡ ର ଲେଡି କିଙ୍ଗ ପିନ ରମା ନାୟକ ଗିରଫ । ଖୋର୍ଦ୍ଧା ରୁ ରମା କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ ।
ଖବର ଅନୁଯାୟୀ, ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ସହଦେବ ନାୟକଙ୍କୁ ବାଇକ୍ରେ ଆସି ହତ୍ୟା କରାଯାଇଥିଲା । ଏହାପରେ ଅଭିଯୁକ୍ତ ମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ । ହେଲେ ପୋଲିସ ଘଟଣାର ତଦନ୍ତ କରି ୮ ତାରିଖ ସଂଧ୍ୟା ସୁଦ୍ଧା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ହେଲେ ବାକି ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଥିଲେ । ଶେଷରେ ଏକ ମାସରୁ ଅଧିକ ସମୟ ପରେ ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନା ପୋଲିସ ଗିରଫ କରିଛି ।