ବିବାଦରେ ସାଇ ପଲ୍ଲବୀ

0

ହାଇଦ୍ରାବାଦ: ବିବାଦରେ ଫସିଲେ ସାଉଥ ହିରୋଇନ ସାଇ ପଲ୍ଲବୀ । କାଶ୍ମୀର ପଣ୍ଡିତଙ୍କୁ ନେଇ ସେ ଦେଇଥିବା ମନ୍ତବ୍ୟ ପାଇଁ ଚାରିଆଡେ ତାଙ୍କୁ ବିରୋଧ କରାଯାଉଛି । ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋସନରେ ଖୁବ୍ ବ୍ୟସ୍ତଥିଲେ। ସେ ଏକ ସାକ୍ଷାତାକରରେ ଏପରି କିଛି କହିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା । ସେ କହିଛନ୍ତି କାଶ୍ମୀର ଫାଇଲ୍ସ ଫିଲ୍ମରେ ସେହି ସମୟରେ କିଭଳି କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଛି ତାହା ଦେଖାଯାଇଛି। ଯଦି ଆପଣ ଏହିପ୍ରସଙ୍ଗକୁ ଏକ ଧାର୍ମିକ ସଙ୍ଘର୍ଷ ରୂପରେ ଦେଖିବେ ତେବେ ସମାଜରେ ହେଉଥିବା ଅନ୍ୟ ଏକ ଅନ୍ୟାୟକୁ ଅଣଦେଖା କରାଯାଉଛି। କିଛିଦିନ ପୂର୍ବରୁ ଗୋଟିଏ ଟ୍ରକରେ ଭର୍ତ୍ତି ହୋଇଥିବା ଗାଈଙ୍କୁ ନେଇ ଯାଉଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ମାଡ ମରାଯାଇଥିଲା। ପରେ ଜୟଶ୍ରୀରାମ ବୋଲି ନାରା ଦିଆଯିବା ସହ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଜୟଶ୍ରୀରାମ ଜପ କରିବାକୁ ବାଧ୍ୟ କରାଯାଇଥିଲା। ହେଲେ ଏପରି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପଲ୍ଲବୀ। କାରଣ ଏଦୁଇଟି ଘଟଣା ହେଉଛି ଧାର୍ମିକ ହିଂସା। ମୋ ମତରେ ଏପରି ସ୍ଥିତିରେ କୌଣସି ପ୍ରକାରର ଭେଦଭାବ କରାଯିବା ଅନୁଚିତ ବୋଲି କହିଛନ୍ତି ସାଇ ପଲ୍ଲବୀ । ଏହି ଘଟଣାରେ ଅନେକ ପ୍ରଶଂସକ ତାଙ୍କୁ କଡା ବିରୋଧ କରିଛନ୍ତି ।