ଆମେ ଗରିବ ସତ କିନ୍ତୁ ଅପରାଧି ନୁହେଁ-ଅଭିଯୁକ୍ତର ବାପା…

0

ସୈଫଙ୍କୁ ଛୁରାମାଡ ଘଟଣାର ନୂଆ ମୋଡ । ଆକ୍ରମଣରେ ଧରା ପଡିଥିବା ଅଭିଯୁକ୍ତ ଜଣକ ବାଂଲାଦେଶୀ ବୋଲି ପୋଲିସ ସୂଚନା ଦେଇଥିଲା । ହେଲେ ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶାହାଜାଦଙ୍କ ବାପାଙ୍କର ଆଶ୍ଚର୍ଯ୍ୟଜନକ ବୟାନ ସାମ୍ନାକୁ ଆସିଛି । ଶାହାଜାଦଙ୍କ ପିତା ମହମ୍ମଦ ରୋହୁଲ ଅମିନ ଫାକିର ଗୁରୁବାର କହିଛନ୍ତି ଯେ ତାଙ୍କ ପୁଅ ନିର୍ଦ୍ଦୋଷ। ସିସିଟିଭି ଫୁଟେଜରେ ଦେଖାଯାଇଥିବା ଲମ୍ବା କେଶର ସନ୍ଦିଗ୍ଧଙ୍କ ଚିତ୍ର ତାଙ୍କ ପୁଅ ସହିତ ମେଳ ଖାଉ ନାହିଁ। ତେବେ ଏହି ଅପରାଧ କରିବା ପରେ ଶରିଫୁଲ ଇସଲାମ ତାଙ୍କ ରୂପ ବଦଳାଇଥିବା ପୋଲିସ ଦାବି କରିଛି। ସେ ଏକ ସେଲୁନରୁ କେଶ କାଟିଲେ ଥିଲେ ବୋଲି ସୂଚନା ରହିଛି ।


ପିତା ମହମ୍ମଦ ରୋହୁଲ ଅମିନ ଫାକିର କହିଛନ୍ତି, ‘ଲମ୍ବା କେଶ ଥିବା ଜଣେ ବ୍ୟକ୍ତିଙ୍କୁ ସିସିଟିଭିରେ ଦେଖାଯାଇଛି। ମୋ ପୁଅ କେବେ ବି କେଶକୁ ଲମ୍ବା ରଖେ ନାହିଁ ଜ୍ଝ ମୋ ପୁଅ ଫାଶରେ ପଡ଼ିଛି । ସେ କହିଛନ୍ତି ଯେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା କାରଣରୁ ଶରିଫୁଲ ଭାରତ ଆସିଥିଲେ। ସେ କେବଳ ଭାରତରେ କାମ କରୁଥିଲେ, ଯେଉଁଠାରେ ସେ ଦରମା ପାଇଥିଲେ ଏବଂ ନିଯୁକ୍ତିଦାତା ମଧ୍ୟ ତାଙ୍କୁ ଏକ ପୁରସ୍କାର ଦେଇଥିଲେ । ଫକିର କହିଛନ୍ତି, ‘ମୁମ୍ବାଇର ହୋଟେଲରେ ଦିଆଯାଇଥିବା ଦରମା ପଶ୍ଚିମବଙ୍ଗ ତୁଳନାରେ ଅଧିକ। ସେଠାରେ ଥିବା ହୋଟେଲଗୁଡ଼ିକ ବହୁତ ବଡ ଏବଂ ସେଠାରେ ଦରମା ମଧ୍ୟ ଅଧିକ । ପୋଲିସ ସହିତ ଯୋଗାଯୋଗ ବିଷୟରେ ପଚରାଯିବାରୁ ବାପା କହିଥିଲେ, ‘ନା, ସେପରି କିଛି ଘଟିନାହିଁ। ଆମେ ଭାରତରେ କାହାକୁ ଜାଣି ନାହୁଁ ଏବଂ ଭାରତରେ ଆମର କୈାଣସି ସମର୍ଥନ ନାହିଁ।


ରୋହୁଲଙ୍କ ତିନି ପୁଅଙ୍କ ମଧ୍ୟରେ ଶାରିଫୁଲ୍ ଦ୍ୱିତୀୟ। ରୋହୁଲ ଅମିନ କହିଛନ୍ତି, ‘ଆମେ ଗରିବ ସତ, କିନ୍ତୁ ଆମେ ଅପରାଧୀ ନୁହଁ । ବାଂଲାଦେଶରେ ସେ ଟଙ୍କା ରୋଜଗାର କରିବା ପାଇଁ ଏକ ବାଇକ୍ ଟ୍ୟାକ୍ସି ମଧ୍ୟ ଚଳାଇଥିଲେ। କିନ୍ତୁ ଆୱାମୀ ଲିଗ୍ ଯୁଗରେ ଏବଂ ଶେଖ ହସିନାଙ୍କ ସରକାର ଗତ ବର୍ଷ ପ୍ରାରମ୍ଭରେ କ୍ଷମତାକୁ ଆସିବା ପରେ ଆମ ଗାଁରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା। ମୋ ପୁଅ ଖାଲେଦା ଜିଆଙ୍କ ଜଣେ ସକ୍ରିୟ ସମର୍ଥକ ହୋଇଥିବାରୁ ସେ ବହୁ ବିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ତେଣୁ ସେ ବାଂଲାଦେଶ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି ଯେ ଶରିଫୁଲ ଜଣେ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିଥିଲେ ଯିଏ ତାଙ୍କୁ ଗତ ଏପ୍ରିଲରେ ସୀମା ପାର କରି ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରିଥିଲେ। ତେବେ ମୁମ୍ବାଇ ପୋଲିସ କହିଛି ଯେ ଆକ୍ରମଣକାରୀ ଆସାମ ଦେଇ ଡକ୍କି ନଦୀ ପାର ହୋଇ ମେଘାଳୟ ଏବଂ ପରେ ପଶ୍ଚିମବଙ୍ଗରେ ପହଞ୍ଚିଛି।