ସୈଫ୍ ଅଲ୍ଲୀ ଖାନ୍ ଙ୍କୁ ଛୁରାମାଡ଼ ଘଟଣା: ସନ୍ଦିଗ୍ଧ ଯୁବକ ଗିରଫ

0

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା । ସନ୍ଦିଗ୍ଧ ଜଣେ ଯୁବକ ଗିରଫ। ସନ୍ଦିଗ୍ଧ ଯୁବକକୁ ଗିରଫ କା ମୁମ୍ବାଇ ପୁଲିସର ସ୍ପେଶାଲ ଟିମ୍ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫ୍‌ଙ୍କୁ ଛୁରାମାଡ଼ କରିଥିଲା । ପୁଲିସ ଘଟଣା ତଦନ୍ତ କରିବାସହ ଅଭିଯୁକ୍ତର ଫଟୋ ଗତକାଲି ଜାରି କରିଥିଲା। ଆକ୍ରମଣକାରୀକୁ ଧରିବା ପାଇଁ ୧୮ ଟିମ୍‌ ଗଠନ ହୋଇଥିଲା।

ସୂଚନା ଅନୁଯାୟୀ, ମୁମ୍ବାଇର ପୋଶ୍ ଅଞ୍ଚଳ ବାନ୍ଦ୍ରାସ୍ଥିତ ଅଭିନେତାଙ୍କ ଗତକାଲି ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏହି ଘଟଣା । ସେତେବେଳେ ସୈଫ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଶୋଇଥିଲେ ।  ହଠାତ୍ ସୈଫ ତାଙ୍କର ଜଣେ ଘରୋଇ ସହାୟିକାଙ୍କ ଚିତ୍କାର ଶୁଣିଥିଲେ । ଘରୋଇ ସହାୟିକା ଜଣଙ୍କ ସୈଫଙ୍କ ପିଲାମାନଙ୍କ ପାଇଁ ହୋଇଥିବା ରୁମରେ ଶୋଇଥିଲେ । ଦୁର୍ବୃତ୍ତ ଜଣଙ୍କ ପ୍ରଥମେ ସେହି ରୁମରେ ପଶିଥିଲେ । ଦୁର୍ବୃତ୍ତ ଜଣଙ୍କ ଘରୋଇ ସହାୟିକାଙ୍କୁ ଆଘାତ ଦେବାକୁ ପ୍ରୟାସ କରିଥିଲେ । ଘରୋଇ ସହାୟିକାଙ୍କ ଚିତ୍କାର ଶୁଣି ସୈଫ ସେଠାକୁ ଦୌଡ଼ି ଯାଇଥିଲେ । ସୈଫ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅଭିନେତାଙ୍କୁ ସନ୍ଦିଗ୍ଧ ୬ ଥର ଛୁରାମାଡ଼ କରିଥିଲେ ।  ହେଲେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଛୁରୀରେ ଏକାଧିକ ଥର ଆଘାତ କରି ସେଠାରୁ ଫେରାର ହୋଇ ଯାଇଥିଲା । ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର ସୈଫଙ୍କୁ ହସ୍ପିଟାଲ ନେଇଥିଲେ ।