ବ୍ୟୁରୋ : ଅଭିନେତା ସୈଫ ଅଲ୍ଲୀ ଖାନ ଡିସଚାର୍ଜ ହେଇ ଘରକୁ ଫେରିଛନ୍ତି । ସୈଫଙ୍କୁ ଘରକୁ ଆଣିବା ପାଇଁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରିନା କପୁର, ଝିଅ ସାରା ଅଲ୍ଲୀ ଖାନ ହସ୍ପିଟାଲକୁ ପହଞ୍ଚିଥିଲେ। ଡାକ୍ତର ସୈଫଙ୍କୁ ଘରେ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି ଓ କୌଣସି କାମ କରିବାକୁ ସମ୍ପୂର୍ଣ୍ଣ ମନା କରିଛନ୍ତି। ତେବେ ସୈଫ ହସ୍ପିଟାଲରୁ ବାହାରିବା ପରେ ତାଙ୍କ ଫ୍ୟାନସ୍ ଆଶ୍ୱସ୍ତ ହୋଇଛନ୍ତି। ହସ୍ପିଟାଲରେ ସୈଫ ଅଲ୍ଲୀ ଖାନଙ୍କ ଚିକିତ୍ସା କରୁଥିବା ୪ ଡାକ୍ତରଙ୍କ ଟିମ୍ କହିଛନ୍ତି ଯେ ସୈଫ ଏବେ ଚାଲି ପାରୁଛନ୍ତି ଓ ଭଲରେ କଥା କହିପାରୁଛନ୍ତି। ହେଲେବି ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ୧ମାସ ଲାଗି ପାରେ ।
Courtesy : BollyHungama
#SaifAliKhan thanks his fans and well wishers for all their prayers and blessings pic.twitter.com/kF8TJH7oz6
— BollyHungama (@Bollyhungama) January 21, 2025
ସୂଚନା ଅନୁସାରେ, ଡାକ୍ତର କହିଛନ୍ତି ଯେ ତାଙ୍କ ପିଠିରେ ଯେଉଁଠି ଛୁରା ମାଡ଼ ହୋଇଥିଲା ଓ ଛୁରୀର ଅଧା ଅଂଶ ଭାଙ୍ଗି ରହିଯାଇଥିଲା ସେହି ଏରିଆର କସମେଟିକ୍ସ ସର୍ଜରୀ କରାଯାଇଛି। ଯାହା ପୁରାପୁରି ଠିକ୍ ହେବାକୁ ମାସଟିଏ ଲାଗିପାରେ। ଏଣୁ ସେ ପର୍ଯ୍ୟନ୍ତ ସୈଫଙ୍କୁ କୌଣସି ପ୍ରକାରର ଓଜନ ଉଠାଇବାକୁ, ଜିମ୍ କରିବାକୁ ଅଥବା ସୁଟିଂ କରିବାକୁ ଡାକ୍ତର ମନା କରିଛନ୍ତି। ଏହି ସମୟରେ ତାଙ୍କୁ ସମ୍ପୂର୍ଣ୍ଣ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।
ପ୍ରକାଶ ଥାଉ କି, ସୈଫ ଅଲ୍ଲୀ ଖାନଙ୍କ ଉପରେ ଜାନୁୟାରୀ ୧୬ ତାରିଖ ରାତିରେ ଅଜ୍ଞାତ ଆତତାୟୀ ଆକ୍ରମଣ କରିଥିଲା। ସେବେଠାରୁ ସୈଫ ଲିଲାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଡାକ୍ତରମାନେ ତାଙ୍କ ମେରୁ ହାଡରେ ଫଶି ରହିଥିବା ଅଢେଇ ଇଞ୍ଚର ଛୁରିକା ଖଣ୍ଡକୁ ଅପରେସନ କରି ବାହାର କରିଦେଇଛନ୍ତି। ଅଭିନେତାଙ୍କ ସ୍ୱାସ୍ଥ୍ୟରେ ଏବେ ବେଶ୍ ସୁଧାର ହୋଇଥିବା ବେଳେ ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଛୁଟି ଦେଇ ଦିଆଯାଇଛି।