ତୈମୁରଙ୍କ ଚିତ୍ର ଥିବା କଣ୍ଢେଇ ବଜାରରେ

0

(ରିପୋର୍ଟସ ଟୁଡ଼େ ) ସୈଫ ଅଲ୍ଲି ଖାନ ଓ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲି ଖାନଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଛିା ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ତୈମୁରଙ୍କ ଗୋଟିଏ ଫଟୋ ୧୫୦୦ ଟଙ୍କାରେ ମଳୁଥିଲା ବୋଲି ଆପଣ ଜାଣିଥିବେ।ବର୍ତ୍ତମାନ ତୈମୁର୍ଙ୍କ ଚିତ୍ର ଥିବା କଣ୍ଢେଇ ମଧ୍ୟ ବଜାରରେ ମିଳୁଛି। ଯାହା ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତୈମୁର୍ କ୍ୟୁଟ୍ନେସ୍ ଲୋକଙ୍କୁ ଆକର୍ଷିତ କରୁଛି। ସେଥିପାଇଁ ଏକ କମ୍ପାନୀ ତୈମୁର୍ ଚିତ୍ର ଥିବା କଣ୍ଢେଇ ଡିଜାଇନ୍ କରିଛି। ପ୍ରଯୋଜକ ଅଶ୍ୱିନୀ ୟାର୍ଡି ଏହି କଣ୍ଢେଇଟିକୁ ସୋଶାଲ ମିଡିଆରେ ଶେୟାର୍ କରିଛନ୍ତି। ଯାହା ବିଲ୍କୁଲ୍ ତୈମୁର୍ଙ୍କ ପରି ହିଁ ଦେଖାଯାଉଛି। ଏହି କଣ୍ଢେଇଟି କେରଳର ଏକ ଷ୍ଟୋର୍ରେ ମିଳୁଛି ବୋଲି ଅଶ୍ୱିନୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି।