(ପ୍ରିୟଦର୍ଶନୀ ସ୍ୱାଇଁ): ବିଭିନ୍ନ ଗଣମାଧ୍ୟମରେ ଖବର ଆସିଥିଲା କି କଟକରେ ଆତଙ୍କ ଖେଳାଇଥିବା ସାଇକୋ କିଲର ପୋଲିସ କବ୍ଜାରେ । କଟକବାସୀଙ୍କ ଆଖିରୁ ସାଇକୋ କିଲର ଭୟରେ ନିଦ ହଜିଯାଇଥିବା ବେଳେ ଏହି ଖବର ପାଇଁ ଲୋକେ ସାମାନ୍ୟ ଆଶ୍ୱସ୍ଥୀ ଅନୁଭବ କରିଥିବା ବେଳେ କିନ୍ତୁ ଗତ ରାତିରେ ଜଣେ ମହିଳା ଏହି କିଲରର ଆକ୍ରମଣର ଶିକାର ହୋଇଛନ୍ତି । ତିନି ଦିନର ବ୍ୟବଧାନ ପରେ ପୁଣି ଜଣେ ମହିଳାଙ୍କୁ ଆକ୍ରମଣ ।
ସୂଚନା ଅନୁଯାୟୀ, ଯୋବ୍ରାରର ଅଞ୍ଚଳରେ ବସବାସ କରନ୍ତି ସଂଧ୍ୟା ତରାଇ । ଗତକାଲି ରାତି ପ୍ରାୟ ୧୦ଟାରେ ସନ୍ଧ୍ୟା ଘର ବାହାରେ ଛିଡ଼ା ହୋଇଥିବା ସମୟରେ ଜଣେ ଦୁବୃର୍ତ୍ତ ମୁହଁରେ କପଡ଼ା ବାନ୍ଧି ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ମହିଳାଙ୍କ ଚିକ୍ରାର ପରେ ଦୁବୃର୍ତ୍ତ ଫେରାର ହୋଇଯାଇଥିଲା । ପୋଲିସ ସୂଚନା ପାଇ ସନ୍ଧ୍ୟାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୁଚନାଯୋଗ୍ୟ, କଟକରେ ୨ଦିନ ମଧ୍ୟରେ ୩ଜଣଙ୍କୁ ସମାନ ଢ଼ଙ୍ଗରେ ହତ୍ୟା କରିବା ଘଟଣା ପୋଲିସକୁ ଚକିତ କରିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଉତ୍ତେଜନା ପ୍ରକାଶ ପାଇଛି ।