ସାଇନା ନେହ୍ୱାଲ ଅସୁସ୍ଥ

0

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ଇଣ୍ଡିଆ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର ସୁପର-୫୦୦ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ସାଇନା ନେହ୍ୱାଲ । ଭାରତର ଶୀର୍ଷ ଶଟଲର ସାଇନା ପେଟଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି । ସାଇନା ଯନ୍ତ୍ରଣା ସତ୍ତ୍ବେ ଅଲ ଇଂଲଣ୍ଡ ଚାମ୍ପିଅନଶିପ୍ ଖେଳିଥିଲେ। ଏହି କାରଣରୁ ସେ ଗତ ସପ୍ତାହରେ ସ୍ୱିସ ଓପନରୁ ବାଦ୍ ପଡ଼ିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଇଣ୍ଡିଆ ଓପନରୁ ଓହରିବା ନେଇ ସାଇନା ବୁଧବାର ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ (ବିଏଆଇ)କୁ ସୂଚନା ଦେଇଥିଲେ। ଏ ନେଇ ବିଏଆଇ ଅଧିକାରୀ କହିଛନ୍ତି, ଅଲ ଇଂଲଣ୍ଡ ଚାମ୍ପିଅନଶିପ ପରଠାରୁ ସାଇନା ସୁସ୍ଥ ହୋଇପାରି ନାହାନ୍ତି ଏବଂ ଏହି କାରଣରୁ ସେ ଇଣ୍ଡିଆ ଓପନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି।