ଋଷର ସୈତାନ-୨ ମିସାଇଲ

ପାଶ୍ଚାତ୍ୟ ଦେଶମାନେ ଏହାକୁ ସୈତାନ-୨ ବୋଲି ନାମ ଦେଇଛନ୍ତି ।

0

ମସ୍କୋ : ସରମତ୍ ଅନ୍ତଃମହାଦେଶୀୟ ବାଲୋଷ୍ଟିକ ମିସାଇଲ ବୁଧବାର ଦିନ ଋଷ ପକ୍ଷରୁ ପରୀକ୍ଷା କରାଯାଇଛି । ଏହି ମିସାଇଲ ବିଶ୍ୱର ଯେକୌଣସି ସ୍ଥାନର ଟାର୍ଗେଟ କରିପାରିବ । ଆଉ ଟାର୍ଗେଟକୁ ସମ୍ପୁର୍ଣ୍ଣ ଧ୍ୱଂସ କରିଦେବ । ଏହି ଆଣବିକ ମିସାଇଲର ଧ୍ୱଂସକାରୀ କ୍ଷମତା ଦେଖି ପାଶ୍ଚାତ୍ୟ ଦେଶମାନେ ଏହାକୁ ସୈତାନ-୨ ବୋଲି ନାମ ଦେଇଛନ୍ତି ।

ଏହାର ପରୀକ୍ଷା ହେବା ପରେ ରଷ୍ଟ୍ରପତି ପୁଟିନ କହିଛନ୍ତି, ଶତ୍ରୁମାନେ ଋଷ ଉପରକୁ ଆକ୍ରମଣ କରିବା ପୂର୍ବରୁ ବାରମ୍ବାର ଭାବିବେ । ଆମେରିକା ଏହା ସୂଚନା ପଇବା ପରେ ଏହା ଏକ ପୂର୍ବ ନିର୍ଦ୍ଧାରିତ ପରୀକ୍ଷଣ ବୋଲି କହିଛି । ୟୁକ୍ରେନକୁ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି । ଏସବୁ ଅସ୍ତ୍ରର ବ୍ୟବହାର କରି ୟୁକ୍ରେନର ରୁଷର ମୁକାବିଲା କରିଚାଲିଛି ।

ତେବେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଏହି ପରୀକ୍ଷଣକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହି ପରୀକ୍ଷଣ କରି ରୁଷ ୟୁକ୍ରେନକୁ ସହାୟତା କରୁଥିବା ନାଟୋ ଦେଶମାନଙ୍କୁ ଚେତାବନୀ ଦେଇଛି ବୋଲି କୁହାଯାଉଛି ।