(ତାରାକାନ୍ତ ନାୟକ / ସାଲେପୁର): କଟକ ଜିଲ୍ଲା ସାଲେପୁର ତହସିଲ ଅଫିସ ସମ୍ମୁଖରେ ବୃଦ୍ଧଙ୍କ ଆମରଣ ଅନଶନ ନିଜ ପୈତୃକ ସମ୍ପତ୍ତିକୁ ହେରଫେର କରି ତାଙ୍କୁ ତାଙ୍କ ଅତ୍ମୀୟମାନେ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ସେ। ଘଟଣାଟି ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ ଲୁଣାହାର ଗାଁର। ଏହି ଗାଁର୮୦ ବର୍ଷର ବୟସ୍କ ବୃଦ୍ଧ ସନାତନ ମୁଦୁଲି ନିଜର ସମ୍ପତ୍ତି ଫେରି ପାଇବାପାଇଁ ସାଲେପୁର ତହସିଲ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ତେବେ ଏହି ଘଟଣାକୁ ଗୁରୁତ୍ୱ ଦେଇ ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ଦେଓ ଏହାର ଉପଯୁକ୍ତ ତଦନ୍ତ କରାଯିବ ବୋଲି କହିଛନ୍ତି।