ସାଲେପୁର ସହରରେ ବିଦ୍ୟୁତ ଚୋରି

0

(ତାରାକାନ୍ତ ନାୟକ / ସାଲେପୁର ) : କଟକଜିଲ୍ଲା ସାଲେପୁର ସହରରେ ଦିନରାତି ବିଦ୍ୟୁତ ଚୋରି ହେଉଛି।ବିଦ୍ୟୁତଚୋରି ରୋକିବାପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି।ହେଲେ ଯୋଜନା ଯୋଜନା ବାଟରେ,ଆଉ ଦିନରାତି ସହରରେ ଚାଲିଛି ବିଦ୍ୟୁତ ଚୋରି।ଏହି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଲୁଣାହାର, ଚନ୍ଦ୍ରାଦେଇପୁର,ଏବଂ ବାଲିସାହି ଆଦି ଜାଗାରେ,ଦିନରାତି ହୁକ ଝୁଲିକି ରହୁଛି।ଗୋଟେପଟେ ବିଦ୍ୟୁତଚୋରି ଯୋଗୁଁ ଲୋ ଭୋଲ୍ଟେଜର ସମସ୍ୟା ଭୋଗୁଛି ଗ୍ରାହକ।ଅନ୍ୟ ପଟେ ବିନା ପଇସାରେ ବିନା ଭୟରେ ଏବଂ ଦିନରାତି ସହରରେ ଖୁଲମ ଖୁଲା ବିଦ୍ୟୁତ ବିଭାଗକୁ ଆଖି ଠାର ମାରି ହୁକ ପକାଇ ହେଉଛି ଚୋରି।ଏଥିପ୍ରତି ବିହାଗୀୟ ଅଧିକାରୀଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।