ସାଲେପୁର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

0

ସାଲେପୁର/ତାରାକାନ୍ତ ନାୟକ : ସାଲେପୁର ଅଞ୍ଚଳରେ ବିଭିନ୍ନ ସରକାରୀ କାଯ୍ୟାଳୟରେ ବେଆଇନ କାର୍ଯ୍ୟ ଓ ଲାଞ୍ଚ କାରବାର ଚାଲିଥିବା ନେଇ ସାଲେପୁର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ସରକାରୀ କର୍ମଚାରୀ ମାନେ ଶାସକଦଳର ହାତବାରିସି ସାଜି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚଲାଇଥିବା ବେଆଇନ କାର୍ଯ୍ୟକୁ ବନ୍ଦ କରିବାକୁ ଚେତାବନୀ ସାଲେପୁର କଂଗ୍ରେସ | ତେବେ ଏ ସବୁ ବନ୍ଦ ନ କଲେ ଦୃଢ ଜବାବ ଦିଆଯିବ ବୋଲି କଟକ ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାପତି ତଥା ସାଲେପୁର କଂଗ୍ରେସ ନେତା ଇଂ, ୟାକ୍ୟୁବ୍ ଖାଁ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ବିଶେଷ କରି ସାଲେପୁର ଡ଼ାକ୍ତରଖାନାରେ ଉପଯୁକ୍ତ ଡ଼ାକ୍ତର ଓ କର୍ମଚାରୀ ନଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ସେହିପରି ସାଲେପୁର ବ୍ଲକରେ ମଧୂବାବୁ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପଦାନ କରାଯିବାରେ ବ୍ୟାପକ ପାତର ଅନ୍ତର ନିତି ଅବଲମ୍ବନ କରାଯାଉଛି। ଜଦି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଲୋକମାନଙ୍କର ସ୍ୱାର୍ଥପାଇଁ କଂଗ୍ରେସ ଦଳ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିଛନ୍ତି।