ସାଲେପୁର / ଜ୍ୟୋସ୍ନା ରାଣୀ ସିଂହ : ବହୁ ଦିନପରେ ସାଲେପୁର ବାସି ଦେଖିବାକୁ ପାଇଲେ ଉତ୍କଳଦିବସ ସମାରୋହ ଓ ସାଲେପୁର ମହୋତ୍ସବ। କଟକଜିଲ୍ଲା ସାଲେପୁର ବ୍ଳକ ବାଲିସାହିସ୍ଥିତ ବ୍ୟାରେଜ ପଡ଼ିଆରେ ମଧୁସ୍ମୃତି ପରିଷଦ ପକ୍ଷରୁ ଉତ୍କଳଦିବସ ସମାରୋହ ଓ ସାଲେପୁର ମହୋଉତ୍ସବ ୫ଦିନ ଧରି ଅନୁଷ୍ଠିତ ହେଉଛି। ଏପ୍ରିଲ ଏକତାରିଖରୁ ଆରମ୍ଭ ହୋଇ ପାଞ୍ଚତାରିଖରେ ଶେଷହେବ। ଦ୍ୱତୀୟ ଦିବସରେ ସ୍ତାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ,ଜିଲ୍ଲାପରିଷଦ ଅଧକ୍ଷ କିଶୋର ଚନ୍ଦ୍ର ମିଶ୍ର , ଉପଜିଲ୍ଲାପାଳ କମଲଜିତ ଦାସ, ଶିବ ଟପ୍ପୋ ଅତିରିକ୍ତ ଜିଲ୍ଲାପାଳ କଟକ ପ୍ରମ୍ମୁଖ ଯୋଗଦେଇଥିଲେ। ପରେ ପରେ ସଙ୍ଗୀତନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ନାଇଟସୋ ପୋଗ୍ରାମ ସହ ସୁଦୂର ଗଞ୍ଜାମଜିଲ୍ଲାରୁ ଆସିଥିବା ରଣପାନୃତ୍ୟ କଳାକାର ନୃତ୍ୟପରିବେଷଣ କରିଥିଲେ। ଏହି ମହୋତ୍ସବରେ ବହୁ ଦୋକାନ ବଜାର, ରାମ ଦୋଳି ସହ ଗୁପଚୁପ, ଠୁଙ୍ଗାପୁରୀ, ଚାଟ ଦୋକାନ ସହ ଓରମାସ ପକ୍ଷରୁ ୧୦୦ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟିକା ଗୋଷ୍ଠୀମହିଳା ମାନଙ୍କ ହସ୍ତଶିଳ୍ପ ଷ୍ଟଲମାନ ପକାଯାଇଛି। ଲୋକମାନେ ଘରପୋକରଣ ସାମଗ୍ରୀ କିଣି ନେଉଥିବାର ଦେଖିବାକୁ ମିଳିଛି। ଏହିମହୋତ୍ସବ ପାଞ୍ଚତାରିଖ ଦିନ ପଞ୍ଚାୟତ ରାଲି ଓ ଆତସ ବାଦୀପ୍ରତିଯୋଗିତା ହେବାର କାର୍ୟ୍ୟକ୍ରମ ଅଛି। ମଧୁବାବୁଙ୍କ ସ୍ମୃତିକୁ ବଞ୍ଚାଇରଖିବା ହେଉଛି ଏହା ଏକ ପ୍ରୟାସ।