(ତାରାକାନ୍ତ ନାଏକ): ବୁଧବାର ପୂର୍ବାହ୍ନରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଞ୍ଚାୟତ କୁଲିଆ ଅର.ଏମ୍.ସି ପଡିଆ ପରିସରରେ ବିଜୁଯୁୂବ ବାହୀନୀ ସମାବେଶ ମହାସମାରୋହରେ ପାଳିତ ହୋଇଯାଇଛି । ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ଅତିଥି ଭାବେ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ. ଅଭିନେତା କୁନାତ୍ରିପାଠୀ ଯୋଗ ଦେଇ ସମାଜ ରେ ବଢିଚାଲିଥିବା କୁ ସଂସ୍କାର କୁ ଯୁବକ ମାନେ ହଟାଇ ସମାଜ ସେବାରେ ନିଜକୁ ନିଯୋଜିତ କରି ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ନିଅନ୍ତୁ ବୋଲି ଆହ୍ବାନ ଦେଇଥିଲେ । ଯୁବ ଶକ୍ତି ରାଜ୍ୟ ସଂପତ୍ତି । ଯୁବକମାନେ ଶ୍ରୁଖଂଲିତ ଭାବରେ ଏକତ୍ରୀତ ହୋଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଗୁଡିକୁ ସଫଳଭାବରେ ପରିଚାଳନା କରି ଲୋକମାନଙ୍କର ଆଥିର୍କ ପ୍ରଗତି ସହିତ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ପ୍ରଚେଷ୍ଟା ଜାରି ରଖନ୍ତୁ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା ଯୁବ ବିଜେଡି ସଭାପତି ଅଶୋକ ଓଝା ଓ ବିଜୁ ଯୁବ ବାହୀନି ସମସ୍ତ କର୍ମକର୍ତା ସମେତ ସାଧାରଣ ଜନତା ଯୋଗ ଦେଇଥିଲେ ।