(ତାରାକାନ୍ତ ନାଏକ): କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କଇଥା ଗାନ୍ଧୀ ଆଶ୍ରମ ଠାରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତ୍ୃତ୍ୱରେ ଅନୁଷ୍ଠିତ ହୋଇଥିଲା । ପଦଯାତ୍ରାଟି ଗାନ୍ଧୀ ଆଶ୍ରମଠାରୁ ବାହାରି ଭେଡ଼ାରେ ଶେଷ ହୋଇ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ତାଙ୍କ ସହ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ଯୁବ ବିଜେଡ଼ି ସଭାପତି ଶରତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭାରେ ସ୍ଥାନୀୟ ବିଧାୟକ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ଼ ବଣ୍ଟନ କରିଥିଲେ । ଏହି ପଦଯାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ଚାଲିବା ସହ ଲୋକଙ୍କୁ ଯୋଜନା ସମ୍ପର୍କରେ ଅବଗତ କରାଇବା ଆମର ଲକ୍ଷ୍ୟ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।