ସାଲେପୁର/ତାରାକାନ୍ତ ନାୟକ: ସାଲେପୁର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ ସ୍ଥାନୀୟ ବିଶ୍ଵେଶ୍ଵର ମହାଦେବଙ୍କ ମଣ୍ଡପରେ ପବିତ୍ରଗମ୍ହାପୁର୍ଣିମା ଓ ରକ୍ଷାବନ୍ଧନ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେପ୍ରଥମେ ମନ୍ଦିରରେ ପୂଜା ପାଠ ଓ ରାକ୍ଷୀ ବନ୍ଧନ ପରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସଦସ୍ୟ ଅଭୟ ଜେନାଙ୍କ ପୌରୋହିତ୍ୟରେ ସଂଘର ପୁନର୍ଗଠନ ଓ ଆଗାମୀ କାର୍ୟ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ନୂତନ କର୍ମକର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅଭୟଜେନା ମହାସଚିବ, ସଭାପତି ସାରଦା ପ୍ରସନ୍ନ ପଣ୍ଡା,ସାଧାରଣ ସଂପାଦକ ବିସ୍ମିତ ଜେନା, ଉପ ସଭାପତି ବିନୟ ଦାଶ ,ସହ ସଂପାଦକ ମହେଶ୍ୱର ବେହେରା ,କୋଷାଧ୍ୟକ୍ଷ ତାରାକାନ୍ତ ନାୟକ,ମୁଖ୍ୟ ଉପଦେଷ୍ଟା ମନୋଜ ଆଚାର୍ୟ୍ୟ, ଆଡ଼ଭୋକେଟ ଅରୁଣୋଦୟ ମହାନ୍ତି ଓ ସଂଯୋଜକ ଭାବେ ସୁବାଶିଷ ବସନ୍ତରାୟ, ରାକେଶ ଭୂୟାଁ, ତୁଷାର ଜ୍ୟୋତି ନାୟକ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଶେଷରେ ଆନନ୍ଦ ବଜାର ରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। କାର୍ୟ୍ୟକ୍ରମକୁ ବରିଷ୍ଠ ସଦସ୍ୟ ଅରବିନ୍ଦ ଭୂୟାଁ, ପ୍ରଦୀପ୍ତ ଶତପଥି, ଅକ୍ଷୟ ଦାଶ ପ୍ରମୁଖ ସଂଚାଳନ କରିଥିଲେ । ସଂଘର ୩୦ରୁ ଉର୍ଦ୍ଧ ସଦସ୍ୟ ଏହି ବନ୍ଧୁ ମିଳନରେ ଯୋଗ ଦେଇଥିଲେ।