(ପ୍ରିୟଦର୍ଶନୀ ସ୍ୱାଇଁ) ଭୁବନେଶ୍ୱର : ସଲମାନ୍ ଖାନ୍ଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ‘ନୋଟବୁକ୍’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମରେ ନୂଆ କଳାକାରମାନେ ଲିଡ୍ ରୋଲ୍ରେ ଅଭିନୟ କରିଥିବା ବେଳେ ଏବେ ଏହି ଫିଲ୍ମର ଏକ ଗୀତ ରିଲିଜ୍ ହୋଇଛି ଯାହାକି ଫିଲ୍ମର ପ୍ରଡ୍ୟୁସର ସୁପରଷ୍ଟାର ସଲମାନ୍ ଖାନ୍ ନିଜେ ଗାଇଛନ୍ତି। ଗୀତଟିର ନାଁ ରହିଛି ‘ମେଁ ତାରେ’। ୩ ମିନିଟର ଏହି ଗୀତକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଗୀତଟିକୁ ମନୋଜ ମୁଁତଜିର ଲେଖିଥିବାବେଳେ ବିଶାଲ ମିଶ୍ରା କମ୍ପୋଜ୍ କରିଛନ୍ତି । ଏହା ଭାଇଜାନଙ୍କର ପ୍ରଥମ ନୁହେଁ ଏହା ପୂର୍ବରୁ ସେ ‘ସୁଲତାନ୍’, ‘ବଡିଗାର୍ଡ଼’, ‘କିକ୍’ ଓ ‘ହିରୋ’ ଆଦି ଫିଲ୍ମରେ ସେ ଗୀତ ଗାଇସାରିଛନ୍ତି।