କାରରେ ବୋମା ଲଗାଇ ଉଡାଇ ଦେବାକୁ ଧମକ…

0

ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । କାରରେ ବୋମା ଲଗାଇ ଉଡାଇ ଦେବାକୁ ଧମକ । ମୁମ୍ବାଇ ଟ୍ରଫିକ ପୋଲିସ ହେଲ୍ପଲାଇନର ହ୍ୱାଟ୍ସଆପ ନମ୍ବରକୁ ଏକ ଧମକ ପୂର୍ଣ୍ଣ ମେସେଜ ଆସିଥିଲା । ଯେଉଁଥିରେ ଦାବି କରାଯାଇଥିଲେ ଯେ ଦୁବୁର୍ତ୍ତ ମାନେ ସଲମାନଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବେ ବୋଲି । ଏବଂ ତାଙ୍କ କାରକୁ ବୋମାରେ ଉଡାଇ ଦେବେ । ଧମକ ପରେ ମୁମ୍ବାଇ ପୋଲି ଏନେଇ ଏକ ମାମଲା ରୁଜ୍ଜୁ କରିବା ସହ ଏହାର ତଦନ୍ତ ଚଳାଇଛି ।


ତେବେ ଅଭିନେତା ସଲମାନ ଖାନ ତାଙ୍କ ପରିବାର ସହ ମୁମ୍ବାଇର ବାନ୍ଦ୍ରାରେ ଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ଗତବର୍ଷ ମଧ୍ୟ ଗ୍ୟାଙ୍ଗର କିଛି ଦୁବୁର୍ତ୍ତ ତାଙ୍କ ଘର ଉପରକୁ ଫାଇରିଂ କରିଥିଲେ । ଯାହାପରେ ଅଭିନେତାଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା । ତେବେ ଗତ ଦୁଇ ବର୍ଷ ମଧ୍ୟରେ ଏହା ପଞ୍ଚମ ଥର ପାଇଁ ଅଭିନେତାଙ୍କୁ ଧମକ ମିଳିଛି । ଯାହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରୀ କଡାକଡି କରାଯାଇଛି । ମୁମ୍ବାଇ ପୋଲିସ ଏହି ହତ୍ୟା ଧମକ ସମ୍ପର୍କରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ କର୍ତ୍ତୃପକ୍ଷ ଏବେ ଧମକପୂର୍ଣ୍ଣ ମେସେଜର ଉତ୍ପତ୍ତି ଖୋଜିବାକୁ ଚେଷ୍ଟା କରୁଛନ୍ତି।