ସାମ୍‌ କରନ ଆଇପିଏଲ ଇତିହାସରେ ହେଲେ ସବୁଠୁ ଦାମୀ ଖେଳାଳି

0

ନୂଆଦିଲ୍ଲୀ : ଆଇପିଏଲ୍ ନିଲାମୀରେ ସବୁଠୁ ଦାମୀ ଖେଳାଳି ଇଂଲଣ୍ଡର ସାମ୍ କରନ। ଆଇପିଏଲ୍‌ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନ୍‌ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। ନିଲାମ ତାଲିକାକୁ ମୋଟ ୪୦୫ ଖେଳାଳି ଯାଇଥିଲା ବେଳେ ସେଥିରୁ ୮୭ ଜଣଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ କିଣିବାକୁ ଭିଡ଼ାଭିଡ଼ି ହୋଇଥିଲେ। ତେବେ ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନ୍‌ଙ୍କୁ ୧୮ କୋଟି ୫୦ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ୍ । ଆଇପିଏଲ୍ ଇତିହାସରେ ଏହା ସବୁଠୁ ବଡ଼ ନିଲାମୀ । ପୂର୍ବରୁ ଏତେ ଉଚ୍ଚ ଦରରେ କୌଣସି ଖେଳାଳି ବିକ୍ରି ହୋଇ ନ ଥିଲେ । ଏହା ପୂର୍ବରୁ ଗତ ୨୦୨୧ ସଂସ୍କରଣ ନିଲାମରେ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ସର୍ବଧିକ ୧୬.୨୫ କୋଟି ଟଙ୍କାରେ କିଣିଥିଲା ରାଜସ୍ଥାନ ରୟାଲ୍‌ସ।

ଆଜିଠାରୁ କୋଚିରେ ଆରମ୍ଭ ହୋଇଛି ଆଇପିଏଲ ୨୦୨୩ ପାଇଁ ମିନି ଅକ୍ସନ । ଆହତ କାରଣରୁ ୨୦୨୨ ଆଇପିଏଲ ଖେଳିନଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ୍‌ କରନ୍‌ ୨୦୨୩ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୨୨ରେ ଆହତ କାରଣରୁ ଆଇପିଏଲ ଖେଳିପାରିନଥିବା ସାମ୍‌ କରନ୍‌ ସୁସ୍ଥ ହେବା ପରେ ଇଂଲଣ୍ଡ ପାଇଁ ଟି-୨୦ ଫର୍ମାଟରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଟି-୨୦ ବିଶ୍ୱକପରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ସହ ସିରିଜ୍‌ ମଧ୍ୟ ମିଳିଥିଲା। ଇଂଲଣ୍ଡ ତାଙ୍କ ଦମରେ ବିଶ୍ୱକପ ଟ୍ରଫି ମଧ୍ୟ ଜିତିଥିଲା। ଏବେ ଏହି ପ୍ରଦର୍ଶନର ଲାଭ ତାଙ୍କୁ ଆଇପିଏଲର ମିନି ଅକ୍ସନରେ ମିଳିଛି। ସେହି ଦମ୍‌ଦାର ଫର୍ମ ପାଇଁ ତାଙ୍କ ଆଇପିଏଲରେ ଏତେ ଦାମରେ କିଣିଛି ପଞ୍ଜାବ।