ସାଉଥ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ । ସେ ଜଣେ ସିନେମା ଜଗତରେ ଲୋକପ୍ରିୟ ଅଭିନେତ୍ରୀ । ନିଜର ଚମକ୍ରାର ଶୈଳୀ ହେତୁ ଚର୍ଚ୍ଚରେ ରୁହନ୍ତି । ସମନ୍ଥା ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟ୍ ରେ ରୁହନ୍ତି। ସାମନ୍ଥା ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି, କିନ୍ତୁ ‘ଫ୍ୟାମିଲି ମ୍ୟାନ୍ ୨’ ଏବଂ ‘ପୁଷ୍ପା ୨’ର ସବୁଠାରୁ ଲୋକପ୍ରିୟ ଗୀତ ଓଃ ଆଣ୍ଟାଭାମାମା… କାରଣରୁ ସେ ଇଣ୍ଡଷ୍ଟ୍ରିରେ ନିଜର ଦବ୍ଦବା ହାସଲ ହୋଇଛନ୍ତି। ବର୍ତ୍ତମାନ ଖବର ଆସିଛି ଯେ ସାମନ୍ଥା ଖୁବ୍ ଶୀଘ୍ର ସଲମାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ରିପୋର୍ଟ ଅନୁଯାୟୀ, କରଣ ଜୋହରଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ସାମନ୍ଥା
ନଜର ଆସିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ଧର୍ମ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେବ। ଚଳଚ୍ଚିତ୍ରରେ ପ୍ରସିଦ୍ଧ ଦକ୍ଷିଣ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଏବଂ ତ୍ରିଶାଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ମଧ୍ୟ କୁହାଯାଉଛି। ହେଲେ ଏହା ବିଷୟରେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇପାରିବ ନାହିଁ । ବର୍ତ୍ତମାନ ନିର୍ମାତା ଏବଂ ତାରକାଙ୍କ ମଧ୍ୟରେ ଆଲୋଚନା ଚାଲିଛି ।