ନେସନାଲ ହେରାଲ୍ଡ ମାମଲା

ସମ୍ବିତ୍ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ

0

ଭୁବନେଶ୍ୱର: ନ୍ୟାସନାଲ ହେରାଲ୍ଡ ମାମଲାରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଦୁର୍ନୀତି ହୋଇଥିବା ନେଇ ଇଡିରେ ଶ୍ରୀ ଗାନ୍ଧୀ ସ୍ୱୀକାର କରନ୍ତୁ ବୋଲି ସେ କହିଛନ୍ତି । ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନଥିଲା । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ସହାୟତା ତିଆରି ହୋଇଥିଲା ବେଲି ଶ୍ରୀ ପାତ୍ର କହିଥିଲେ । ତେବେ ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଜୁନ୍ ୨ ତାରିଖରେ ସମନ କରାଯାଇଥିଲା । ତେବେ ସେ ହାଜର ହୋଇନଥିଲେ । ପୁଣି ଥରେ ଜୁନ୍ ୧୩ ଅର୍ଥାତ୍ ସୋମବାର ହାଜର ହେବା ଲାଗି ସମନ କରାଯାଇଛି । ସେହିପରି ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ପୂର୍ବରୁ ନୋଟିସ କରାଯାଇଥିଲା । ତେବେ ସେ କରୋନା ସଂକ୍ରମିତ ହୋଇଥିବାରୁ ହାଜର ହୋଇନଥିଲେ । ପୁଣି ଥରେ ଇଡି ପକ୍ଷରୁ ଜୁନ୍ ୨୩ରେ ହାଜର ହେବା ଲାଗି ନୋଟିସ୍ କରାଯାଇଛି । ଯାହାକୁ ନେଇ ଶ୍ରୀ ପାତ୍ର ଗାନ୍ଧୀ ପରିବାରକୁ ପ୍ରଶ୍ନ କରିଛନ୍ତି ।